naveen
ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ଏବଂ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱତନ୍ତ୍ର ହେଲକପ୍ଟରେ ଭୁବନେଶ୍ୱରରୁ ଆସି ସାନଖେମୁଣ୍ଡିର ମୋହନାଳ ବ୍ଲକ୍ ଅଫିସ ପାଖ ପଡ଼ିଆରେ ଅବତରଣ କରିବେ। ଏଠାରେ ସେ ଏକ ରୋଡ ଶୋ’ କରିବା ପରେ ପାଟପୁର ସଭାରେ ଉଦବୋଧନ ଦେବେ। ଏହାପରେ ଚୁଡ଼ଙ୍ଗପୁର ଓ ସାହସପୁରରେ ରୋଡ୍ ଶୋ’ କରିବେ। ସେଠାରୁ ଯାଇ ମୁଖ୍ୟମନ୍ତ୍ରୀ ରାଧାଦେଇପୁରରେ ଏକ ଶୋଭାଯାତ୍ରା କରିବେ।
ଏହାସହ ଏରେଣ୍ଡ୍ରା, ଖଲିଙ୍ଗି, ଆଡ଼ପଡ଼ା, କଙ୍କରଡ଼ା, କାଉଡିଆ ଛକ, ଜଗନ୍ନାଥପୁର ଓ ରାମଚନ୍ଦ୍ରପୁରରେ ରୋଡ ଶୋ’ କରିବେ। ପରେ ଶେରଗଡ଼ରେ ନିର୍ବାଚନୀ ସଭା କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bhubaneswar-minister-bhuban_1626760605.jpg)