Ratnabhandar Photograph: (OTV)
ଆଜି ରତ୍ନଭଣ୍ଡାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସକାଳ ୧୧ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ ବସିବ। ଆଇନ ମନ୍ତ୍ରୀଙ୍କ ବୈଠକ ପରେ ଦିନ ଗୋଟାଏରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାର SOP ହସ୍ତଗତ ହୋଇଛି।
ସମୀକ୍ଷା ପରେ ସବୁ ସ୍ପଷ୍ଟ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି। ନିକଟରେ ହାଇକୋର୍ଟଙ୍କ ଆସନ୍ତା ୩ ମାସରେ ରତ୍ନଭଣ୍ଡାର ମଣତି ଗଣତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଗତବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିଥିଲା।
ପରବର୍ତ୍ତୀ ସମୟରେ ରତ୍ନ ସ୍ଥାନାନ୍ତର ହୋଇ ସୁରୁଖୁରୁରେ ଭଣ୍ଡାର ମରାମତି ହେଲା। ସେପ୍ଟେମ୍ବର ୨୩ରେ ପୁଣି ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କ ଅଳଙ୍କାର। ଏହା ଭିତରେ ଅଳଙ୍କାର ସ୍ଥାନାନ୍ତରଣକୁ ୪ ମାସ ବିତିଥିଲେ ବି ଗଣତି ମଣତି କେବେ ଆରମ୍ଭ ହେବ ତାକୁ ନେଇ ସସପେନ୍ସ ହଟିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/ratnabhandar-2026-02-16-09-41-18.jpg)