Advertisment

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗତ କିଛି ଦିନ ହେବ ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେ ବାବଦରେ ସରକାର ଏକ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଖବରକୁ ଆଳ କରି ସାମ୍ବାଦିକଙ୍କ ଉପରେ ସରକାର ଯେଭଳି ଦମନ କରିବାକୁ ଉଦ୍ୟମ କରୁଛନ୍ତି, ତାକୁ ଛାଡ଼ି ସ୍ପଷ୍ଟ ଚିତ୍ର ରଖିବାକୁ […]

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର ଟାର୍ଗେଟ୍

cm

Advertisment

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗତ କିଛି ଦିନ ହେବ ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେ ବାବଦରେ ସରକାର ଏକ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Advertisment

ଏହି ଖବରକୁ ଆଳ କରି ସାମ୍ବାଦିକଙ୍କ ଉପରେ ସରକାର ଯେଭଳି ଦମନ କରିବାକୁ ଉଦ୍ୟମ କରୁଛନ୍ତି, ତାକୁ ଛାଡ଼ି ସ୍ପଷ୍ଟ ଚିତ୍ର ରଖିବାକୁ ସେ ଦାବି କରିଛନ୍ତି। ଯଦି ମିଛ କୁହାଯାଇଛି, ତେବେ ଏହା ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ବଡ଼ ଉପହାସ ବୋଲି ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି। ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ