Advertisment

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ ସବସିଡି ଦେବେ ସରକାର। ସେହିପରି ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦, ବାରମାସୀ ଫସଲ ପାଇଁ ୧୮ ହଜାର ଟଙ୍କା ସହାୟତା ମିଳିବ। ବାରମାସୀ ଫସଲ ମଧ୍ୟରେ ଆମ୍ବ, […]

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା

naveen

Advertisment

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ ସବସିଡି ଦେବେ ସରକାର। ସେହିପରି ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦, ବାରମାସୀ ଫସଲ ପାଇଁ ୧୮ ହଜାର ଟଙ୍କା ସହାୟତା ମିଳିବ।

Advertisment

ବାରମାସୀ ଫସଲ ମଧ୍ୟରେ ଆମ୍ବ, କାଜୁ, ନଡିଆ, ପାନକୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ପାଇଁ ୧ ହଜାର ଟଙ୍କା ସହାୟତା ମିଳିବ। ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍ ମିଳିବ। ୫୦ ପ୍ରତିଶତ ସବସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦେବେ ସରକାର।

କ୍ଷତିଗ୍ରସ୍ତ ଜିଲ୍ଲାକୁ ୧୦ କୋଟିର ଫାର୍ମ ମେକାନାଇଜେସନ ସବସିଡି ମିଳିବ। ପ୍ରତ୍ୟେକ ୧ ଲକ୍ଷ ଚାଷୀଙ୍କୁ ୧୩୦ ଟଙ୍କାର ପରିବା ମଂଜି କିଟ୍ ମିଳିବ। ୭୫ ହଜାର ଚାଷୀଙ୍କୁ ୧୬୦ ଟଙ୍କାର ଶୀଘ୍ର ଅମଳ କ୍ଷମ ମଂଜି କିଟ୍ ଯୋଗାଇଦେବେ ସରକାର। ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଲେଖାଏଁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ସେହିପରି ଗୃହପାଳିତ ପଶୁ ମୃତ୍ୟୁOdisha Floods: ବରଣ କରିଥିଲେ ବି ସହାୟତା ମିଳିବ। ଦୁଧିଆଳି ଗାଈ ଓ ମଇଁଷି ପିଛା ୩୦ ହଜାର, କ୍ଷୀର ଦେଉଥିବା ପଶୁ ପିଛା ପାଇଁ ୨୫ ହଜାର, ବାଛୁରୀ ପାଇଁ ୧୬ ହଜାର, ଛେଳି ପିଛା ୩ ହଜାର ଓ କୁକୁଡ଼ା ପିଛା ୫୦ ଟଙ୍କା ସହାୟତା ମିଳିବ। ପୋଖରୀ ନଷ୍ଟ ହୋଇଥିଲେ ମଧୁର ପାଣିର ମତ୍ସ୍ୟ ଚାଷୀଙ୍କୁ ହେର ପିଛା ୧୨ ହଜାର ୨ଶହ ଟଙ୍କାର ଆର୍ଥିକ ସହାୟତା ଦେବେ ସରକାର। ସେହି ପରି ବୁଣାକାର ପରିବାରଙ୍କୁ ୪ ହଜାର ଶହେ ଟଙ୍କା ସହାୟତା ମିଳିବ। ତେବେ ପାଣି କମିବା ପରେ ଏମଜି ନରେଗା କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ