Advertisment

Budget 2026-27: ଆଜି ଆସିବ ୨୦୨୬-୨୭ ବଜେଟ, ୩ଲକ୍ଷ ୨୦ହଜାର କୋଟି ଛୁଇଁବା ଆକଳନ

ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ। ବଜେଟ ଆକଳନ ୩ଲକ୍ଷ ୨୦ହଜାର କୋଟି ଛୁଇଁବା ଆକଳନ। ଆଜି ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ।

Budget

Budget Photograph: (OTV)

Advertisment

ଆଜି ଆସିବ ୨୦୨୬-୨୭ ବଜେଟ।  ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଗତ ବର୍ଷ ରାଜ୍ୟ ସରକାର ମୂଳ ବଜେଟ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ଲକ୍ଷ ୨୦ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। 

Advertisment

ସେହିପରି ଆଜି ଚତୁର୍ଥ  ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି। 

ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରଶ୍ନକାଳ ରହିଛି। 

Advertisment

ଗୃହ ସ୍ୱାଭାବିକ ରହିଲେ, ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ।  ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ହେବ କି ନାହିଁ ତାହାକୁ ନେଇ ସଂନ୍ଦେହ ରହିଛି l

Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ