CM PADDY REVIEW Photograph: (OTV)
ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ରହିବେ ।
ଧାନ ସଂଗ୍ରହ, ମଣ୍ଡି ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସନ୍ଧ୍ୟା ସାଢେ ୭ରେ ଲୋକସେବା ଭବନରେ ବସିବ ବୈଠକ । ଏପଟେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଖରିଫ୍ ଧାନ ସଂଗ୍ରହ ସମୀକ୍ଷା ହୋଇଛି । ରାଜ୍ୟର ୧୧ ଜିଲ୍ଲାରେ ମଣ୍ଡି ଦ୍ବାରା ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ।
ଆଜି ସୁଦ୍ଧା ୯୭ ହଜାର ୯୭୨ ଜଣ ଚାଷୀଙ୍କ ଠାରୁ ୪ ଲକ୍ଷ ୩୯ ହଜାର ୨୯୪ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୬୩ ହଜାର ୨୮୮ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି।
ଆଜି ମୁଖ୍ୟମନ୍ତ୍ରୀଙ୍କ ଖରିଫ ଧାନ ସଂଗ୍ରହ ସମୀକ୍ଷା
ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଧାନ ସଂଗ୍ରହ, ମଣ୍ଡି ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା
ସଂଧ୍ୟା ସାଢେ ୭ଟାରେ ଲୋକସେବା ଭବନରେ ବସିବ ବୈଠକ
ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ହୋଇଛି ଖରିଫ୍ ଧାନ ସଂଗ୍ରହ ସମୀକ୍ଷା
୧୧ ଜିଲ୍ଲାରେ ମଣ୍ଡି ଦ୍ବାରା ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା
ଆଜି ସୁଦ୍ଧା ୪ ଲକ୍ଷ ୩୯ ହଜାର ୨୯୪ ମେଟ୍ରିକ ଟନ୍ ଧାନ ସଂଗ୍ରହ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/cm-paddy-review-2025-12-24-08-46-56.jpg)