CM Mohan Majhi Photograph: (OTV)
ପଶ୍ଚିମବଙ୍ଗ ଦୁର୍ଗାପୁର ପୀଡ଼ିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Chief Minister Mohan Majhi)। ତା’ସହ ତାଙ୍କ ମା ଓ ସେଠାରେ ଉପସ୍ଥିତ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ ବି ଫୋନରେ କଥା ହୋଇଛନ୍ତି। ପୀଡ଼ିତାଙ୍କ ସୁସ୍ଥତା କାମନା କରିବା ସହିତ ତାଙ୍କ ଶିକ୍ଷାର ସୁବନ୍ଦୋବସ୍ତ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସହ ଓଡ଼ିଶା ସରକାର ରହିଥିବା କହିଛନ୍ତି।
ତାଙ୍କର ଶୀଘ୍ର ସୁସ୍ଥତା ସହ ଶିକ୍ଷା କ୍ଷେତ୍ରରେ ଯେପରି ସେ ଆଗକୁ ବଢିବେ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ସହିତ ବି ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀ ମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି।
ଏହାବ୍ୟତୀତ ସେଠାରେ ଉପସ୍ଥିତ ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରି ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରି ଝିଅକୁ ତୁରନ୍ତ ନ୍ୟାୟ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି। ଚାପ ସୃଷ୍ଟି ପାଇଁ ସବୁ ଫୋରମ୍ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବରୁ ପୀଡ଼ିତାଙ୍କ ବାପାଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/cm-mohan-majhi-2025-10-14-08-35-21.jpg)