Advertisment

Rural School Closure: ବନ୍ଦ ଗାଁ ସ୍କୁଲ, ୩ କିମି ବିପଦପୂର୍ଣ୍ଣ ଘାଟି ରାସ୍ତାରେ ଯାଉଛନ୍ତି କୁନି ପିଲା

ବନ୍ଦ ହୋଇଗଲା ଗାଁ ସ୍କୁଲ। ପାଠ ଟିକେ ପଢିବାକୁ ଯିବାକୁ ହେଉଛି ଅନେକ ବାଟ। ୫ ବର୍ଷ ହେଲା ନୀତି ସଂଘର୍ଷ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଗାଁ ଠାରୁ ୩ କିମି ବିପଦ ପୂର୍ଣ୍ଣ ପାହାଡିଆ ଘାଟି ରାସ୍ତାରେ ଚାଲି ଚାଲି ସ୍କୁଲ ଯିବାକୁ ହେଉଛି।

author-image
Pramod Behera
Rural School Closure

ବନ୍ଦ ଗାଁ ସ୍କୁଲ, ୩ କିମି ବିପଦପୂର୍ଣ୍ଣ ଘାଟି ରାସ୍ତାରେ ଯାଉଛନ୍ତି କୁନି ପିଲା Photograph: (OTV)

ବନ୍ଦ ହୋଇଗଲା ଗାଁ ସ୍କୁଲ। ପାଠ ଟିକେ ପଢିବାକୁ ଯିବାକୁ ହେଉଛି ଅନେକ ବାଟ। ୫ ବର୍ଷ ହେଲା ନୀତି ସଂଘର୍ଷ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଗାଁ ଠାରୁ ୩ କିମି ବିପଦ ପୂର୍ଣ୍ଣ ପାହାଡିଆ ଘାଟି ରାସ୍ତାରେ ଚାଲି ଚାଲି ସ୍କୁଲ ଯିବାକୁ ହେଉଛି।

Advertisment

ଏପରେ ଘାଟି ରାସ୍ତାକୁ ସେପଟେ ପିଠିରେ ବସ୍ତାନି। ଏଭଳି ଅବସ୍ଥାରେ ଚାଲିବା କଷ୍ଟକର ହୋଇପଡୁଛି। ଏନେଇ କେଉଁଠି ପିଲାମାନେ ସ୍କୁଲ ବହି ବସ୍ତାନିକୁ ଭାର କରି ନେଉଛନ୍ତି ତ ଆଉ କେଉଁଠି ବଡ ପିଲାମାନେ ସାନ ପିଲାଙ୍କୁ ପିଠି ବୋହି ନେଉଛନ୍ତି।

ଏମିରି ଦୃଶ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକ ବାଲିବାଡ ଗାଁରେ ଦେଖିବାକୁ ମିଳୁଛି। ଗାଁରେ ୪୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଛନ୍ତି। ଏଠାରେ ଥିବା ସ୍କୁଲ ଗତ ୫ ବର୍ଷ ହେଲା ବନ୍ଦ ହୋଇଯାଇଛି। ଫଳରେ ପାଠ ପଢିବା ପାଇଁ ଦୂର ଗାଁକୁ ଯିବାକୁ ପଡୁଛି। ବର୍ଷା ଦିନରେ ବାରଂବାର ଏହି  ଘାଟି ରାସ୍ତାରେ ବଡ ବଡ ପଥର ଓ ମାଟି ଅତଡା ଖସୁଥିବା ବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ପିଲାମାନେ ବାଧ୍ୟ ହୋଇ ସେହି ରାସ୍ତା ଦେଇ ଯାଉଛନ୍ତି। 

Advertisment

ଅନ୍ୟପଟେ ଗାଁରେ ଥିବା ସ୍କୁଲ କୋଠା ଭାଙ୍ଗି ଯାଇଥିବାରୁ ଅନ୍ୟ ଶ୍ରେଣୀ ଗୃହରେ ଏବେ ଅଙ୍ଗନବାଡି ଚାଲିଛି। କୁନି କୁନି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଗାଁ ସ୍କୁଲ ପୁର୍ନବାର ଖୋଲିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ବିଇଓ କହିଛନ୍ତି, ଯେଉଁ ସବୁ ଗାଁରେ ପିଲା ଅଛନ୍ତି, ସେହି ସବୁ ଗାଁରେ ସ୍କୁଲ ପୁଣି ଖୋଲିବାକୁ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକର ରିପୋର୍ଟ ପଠାଯାଇଛି। ସ୍କୁଲ ଖୋଲିବା ପରେ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

Gajapati Children Education Education News
Advertisment
Advertisment