Advertisment

Students Found Intoxicated: ମଦ ପିଇ ମାତାଲ ଦୁଇ ଛାତ୍ର, ୟୁନିଫର୍ମ ପିନ୍ଧି ରାସ୍ତାରେ ଗଡିଲେ

ସରସ୍ବତୀ ପୂଜା ମଦ ପିଇ ମାତାଲ ହେଲେ ନବମ ଶ୍ରେଣୀ ଛାତ୍ର। ଉଭୟଙ୍କ ଚିକିତ୍ସା ପରେ ବିଦ୍ୟାଳୟ ଫେରିଥିଲେ। ସ୍କୁଲର ପିଲାମାନେ କିଭଳି ବିଶୃଙ୍ଖଳିତ ହେଉଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି।

Alcohol Consumption

Alcohol Consumption Photograph: (OTV)

Advertisment

ସରସ୍ବତୀ ପୂଜା ମଦ ପିଇ ମାତାଲ ହେଲେ ନବମ ଶ୍ରେଣୀ ଛାତ୍ର। କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ ପିଇ ଅଚେତ ହୋଇ ପଡ଼ିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ହଷ୍ଟେଲ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତାକୁ ପଦାରେ ପକାଇଛି । 

Advertisment

ଗତକାଲି ଅପରାହ୍ନରେ ଟିକାବାଲି ପୋଷ୍ଟ ଅଫିସ୍ ନିକଟରେ ଦୁଇ ଛାତ୍ର ମଦ ପିଇ ନିଶାସକ୍ତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର ଦେଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଉଭୟ ଛାତ୍ର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ କରିଥିବା ସ୍ପଷ୍ଟ ହୋଇଥିଲା। ଉଭୟଙ୍କ ଚିକିତ୍ସା ପରେ ବିଦ୍ୟାଳୟ ଫେରିଥିଲେ। ସ୍କୁଲର ପିଲାମାନେ କିଭଳି ବିଶୃଙ୍ଖଳିତ ହେଉଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି। 

Advertisment

ସେପଟେ ସ୍କୁଲ ୟୁନିଫର୍ମରେ ଥିବା ଦୁଇ ନାବାଳକ ମଦ କେଉଁଠୁ ଆଣିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ପ୍ରଧାନଶିକ୍ଷକଙ୍କ କହିବା କଥା ଗତକାଲି ପୂଜା ଥିଲା ଏହାର ସୁଯୋଗ ନେଇ ଦୁଇ ଛାତ୍ର ବାହାରକୁ ଯାଇ ଏଭଳି କାମ କରିଛନ୍ତି । ଏ ନେଇ ତାଙ୍କ ଅବିଭାବକଙ୍କୁ ଖବର ଦେବା ପରେ ସେମାନେ ଗତକାଲି ଉଭୟଙ୍କୁ ଘରକୁ ନେଇଛନ୍ତି।

ସରସ୍ବତୀ ପୂଜାରେ ମଦ ପିଇ ମାତାଲ ଦୁଇ ଛାତ୍ର
ମଦ ପିଇ ଅଚେତ ହୋଇ ପଡ଼ିଥିଲେ ନବମ ଶ୍ରେଣୀ ଛାତ୍ର
କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର
ୟୁନିଫର୍ମ ପିନ୍ଧି BSNL ଟାୱାର ତଳେ ପଡିଥିଲେ
ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା
ନାବାଳକ ମଦ କେଉଁଠୁ ଆଣିଲେ ତାକୁ ନେଇ ପ୍ରଶ୍ନ

Advertisment

Alcohol Consumption Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ