Advertisment

School Negligence: ପିନ୍ କଣ୍ଟା ଗିଳି ଦେବାରୁ ଛାତ୍ରଙ୍କ ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

ଆଦର୍ଶ ବିଦ୍ୟାଳୟରେ ପିନ୍ କଣ୍ଟା ଗିଳି ଦେବାରୁ ୭ମ ଶ୍ରେଣୀ ଛାତ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର।

STUDENT_DEATH

STUDENT_DEATH Photograph: (OTV)

Advertisment

ସ୍କୁଲ ନୋଟିସ ବୋର୍ଡ଼ରେ ଲାଗିଥିବା ପିନ୍ କଣ୍ଟା ଗିଳି ଦେବା ଫଳରେ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ତୁଷାର ମିଶ୍ର। ତାଙ୍କ ଘର କନ୍ଧମାଳର ଦାରିଙ୍ଗବାଡିରେ। ସେ ଫୁଲବାଣୀରେ ନିଜ ମାମୁ ଘରେ ରହି ଫୁଲବାଣୀ ଉପକଣ୍ଠ ଧୋବାତୋଟା ସ୍ଥିତ ଆଦର୍ଶ ସ୍କୁଲରେ ପାଠ ପଢୁଥିଲେ। 
ଗତ ୧୫ ତାରିଖରେ ସେ ସ୍କୁଲରେ ଥିବା ବେଳେ ୧୧ଟା ସମୟରେ ତୁଷାର ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୂଲବଶତଃ ଗିଳି ଦେଇଥିଲେ। ଏ ନେଇ ସେ କ୍ଲାସ ଟିଚରଙ୍କ ସମେତ ଅନ୍ୟ ଟିଚର ମାନଙ୍କୁ ମଧ୍ୟ କହିଥିଲେ। କିନ୍ତୁ କୌଣସି ଟିଚର ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତୁଷାର କଣ୍ଟା ଗିଳି ଦେଇଥିଲେ ମଧ୍ୟ ତୋର କିଛି ହେବ ନାହିଁ ପାଣି ପିଇ ଦେ ବୋଲି କହି ତାକୁ ଘରକୁ ଛାଡି ନଥିଲେ। ତୁରନ୍ତ କୌଣସି ପଦକ୍ଷେପ ନେଇନଥିଲେ। 
ସ୍କୁଲ ଛୁଟି ହେବା ପରେ ଛାତ୍ର ଜଣକ ଘରକୁ ଫେରି ନିଜ ମାଇଁଙ୍କୁ ପିନ୍ କଣ୍ଟା ଗିଳି ଦେଇଥିବା ଜଣାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ତା’ ପରେ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ, ସେଠାରେ କୌଣସି ସୁଫଳ ନ ମିଳିବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ରେଫର କରିଥିଲେ। ଆଉ ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଛାତ୍ରଙ୍କ ଫୁସଫୁସରେ ଅଟକି ଥିବା ପିନ୍ କଣ୍ଟାକୁ ବାହାର କରିଥିଲେ।
କିନ୍ତୁ ତା ପରେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଫଳରେ ଦୀର୍ଘ ୧୦ ଦିନ ଆଇସିୟୁରେ ରଖାଯାଇଥିଲା। ଆଉ ଗତ ୨୬ ତାରିଖରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ପୁଅକୁ ହରାଇ ବାପା କାଳୀପ୍ରସାଦ ମିଶ୍ର ମାଆ ତଟିନୀ ମିଶ୍ର ପୁରାପୁରି ଭାଙ୍ଗି ପଡିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି ପରିବାର। ତେବେ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଅଧିକ ଦେଖନ୍ତୁ:

Kandhamal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ