Advertisment

Girl's Suspicious Death in Forest: ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, କାହିଁକି ଯାଇଥିଲେ ଜଙ୍ଗଲକୁ... କିଏ ଦେଲା ବିଷ?

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

Suspicious Death

Suspicious Death Photograph: (OTV)

Advertisment

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗତକାଲି ଛାତ୍ରୀଜଣଙ୍କ ସ୍କୁଲ୍ ଯିବାକୁ ଘରୁ ବାହାରିଥିଲେ। ହେଲେ ଝିଅଟି ସ୍କୁଲ୍ ଯାଇନଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । 

Advertisment

ପୋଲିସ ନିକଟସ୍ଥ ଜଙ୍ଗଲରୁ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲରୁ ଛାତ୍ରୀଙ୍କ ସାଇକେଲ୍ ଓ ଏକ ବିଷ ବୋତଲ ଜବତ କରିଛି ପୋଲିସ । ସେପଟେ କିଭଳି ଛାତ୍ରୀଙ୍କର ମୃତ୍ୟୁ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । 

କାହିଁକି ନାବାଳିକା ଜଣଙ୍କ ଜଙ୍ଗଲକୁ ଯାଇଥିଲେ, ନିଜେ ନିଜେ ଯାଇଥିଲେ ନା ତାଙ୍କୁ କିଏ ନେଇଥିଲା, ଘଟଣାସ୍ଥଳକୁ ବିଷ ବୋତଲ କିଭଳି ଓ କିଏ ଆଣିଲା ତାହା ମଧ୍ୟ ରହସ୍ୟ ଘେରରେ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ଛାନଭିନ ଚଳାଇଛି । ତେବେ ଏନେଇ ପୋଲିସ କିମ୍ବା ମୃତକଙ୍କ ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରିନି ।

Advertisment

Suspicious Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ