Group Clash Photograph: (OTV)
ଦୁଇ କ୍ଲବ ପିଲାଙ୍କ ମଧ୍ୟରେ ମାଡପିଟ। ସରସ୍ବତୀ ମେଢ ଭସାଣ ଶୋଭାଯାତ୍ରା ବେଳେ ତୁମୁଳ କାଣ୍ଡ। ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ମାରପିଟ୍। ୭ ଆହତଙ୍କ ମଧ୍ୟରୁ ୨ ଗୁରୁତର। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅବଶିଷ୍ଟ ୫ ଜଣ ଅଠରବାଙ୍କି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଛି ଘଟଣା।
ଲାୟନ୍ସ ମେମୋରିଆଲ କ୍ଲବର ଯୁବକମାନେ ଡିଜେ ବଜାଇ ନାଚି ନାଚି ଯାଉଥିବା ବେଳେ ବସ୍ତିର ଅନ୍ୟ ଏକ କ୍ଲବର ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଇଟା, ପଥର, ଠେଙ୍ଗା ବାଡିରେ ଆକ୍ରମଣ କରିଥିବା ଅଭିଯୋଗ। ଘଟଣାକୁ ନେଇ ଉତ୍ତେଜନା ଥିବା ବେଳେ ଜଟାଧାରମହାଣ ସାମୁଦ୍ରିକ ଥାନା ପୁଲିସ ଘଟଣା ଉପରେ ନଜର ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/group-clash-2026-02-01-10-44-46.jpg)