Advertisment

Pitabas Murder Case: ଖୋଲିବ ପୀତବାସ ମର୍ଡର ମିଷ୍ଟ୍ରି; ମର୍ଡର ସହ CISF ଯବାନଙ୍କ ଲିଙ୍କ!

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୋଲିସକୁ ମିଳିଲା ବଡ଼ ସୁରାକ୍। ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଅଟକ ୩ ଜଣଙ୍କ ମଧ୍ୟରେ ଜଣେ CISF ଯବାନ।

PITABAS

PITABAS Photograph: (OTV)

Advertisment

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା (Murder Case) ରେ ପୋଲିସକୁ ମିଳିଛି ବଡ଼ ସୁରାକ। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଅଟକ ୩ ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ CISF ଯବାନ। ତେବେ CISF ଯବାନଙ୍କ ଏହି ମର୍ଡର ସହ କଣ ଲିଙ୍କ ରହିଛି, ସେ ନେଇ କିଛି ଜଣାପଡ଼ିନି। ପୋଲିସ ସେମାନଙ୍କୁ ଜେରା କରୁଥିବାରୁ, ଏ ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପର୍ଦ୍ଦାଫାସ୍ ହେବା ଅନୁମାନ କରାଯାଉଛି। 
ଗତ ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରେ ହତ୍ୟା କରି ଫେରାର ମାରିଥିଲେ ଦୁର୍ବୃତ୍ତ। ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା, ତାହା ଏଯାଏଁ ପ୍ରଶ୍ନବାଚୀ ହୋଇ ରହିଛି।
ପୀତବାସଙ୍କ ହତ୍ୟା ଘଟଣାକୁ ୫ ଦିନ ବିତିଲାଣି । ତଥାପି ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନି । କିଏ ସେହି ଧଳାସାର୍ଟ ଓ ହେଲମେଟ୍ ପିନ୍ଧା ଦୁଇ ଦୁର୍ବୃତ୍ତ । ଏପର୍ଯ୍ୟନ୍ତ ସେମାନଙ୍କ ବିଷୟରେ ପତ୍ତା ପାଇନି ପୋଲିସ। ସାର୍ପ ସୁଟର୍ ସୁପାରୀ କିଲର ଦେଶୀ ବନ୍ଧୁକରେ ପୀତବାସଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଏଥିପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ୬ଟି ଟିମ୍ ସହର ଭିତରେ ଓ ବାହାରେ ଛାନଭିନ୍ ଚଳାଇଛନ୍ତି। 
ସାଧା ପୋଷାକରେ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। ୫୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ। ଏପଟେ ମୃତ ପୀତବାସଙ୍କ ପୁଅ ସୌରଭ ପଣ୍ଡା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ।

Advertisment

ଅଧିକ ଦେଖନ୍ତୁ:

Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ