Advertisment

ଛାଡ଼ି ଚାଲିଗଲା ଅନ୍ଧ ଲଉଡ଼ି : ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବାପା-ମାଆଙ୍କ ଆଗରେ ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତା ଅବରୋଧ କରିଛନ୍ତି। ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁର ଜିତେନ୍ଦ୍ର ସାହୁଙ୍କର ୫ ବର୍ଷର ପୁଅ ସିଲୁର ଦେହ ଅସୁସ୍ଥ ଥିଲା। ସେଥିପାଇଁ ଜିତେନ୍ଦ୍ର ଓ ତାଙ୍କ ପତ୍ନୀ, ପୁଅ ସିଲୁକୁ […]

ଛାଡ଼ି ଚାଲିଗଲା ଅନ୍ଧ ଲଉଡ଼ି : ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌

bus accident

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବାପା-ମାଆଙ୍କ ଆଗରେ ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତା ଅବରୋଧ କରିଛନ୍ତି।

Advertisment

ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁର ଜିତେନ୍ଦ୍ର ସାହୁଙ୍କର ୫ ବର୍ଷର ପୁଅ ସିଲୁର ଦେହ ଅସୁସ୍ଥ ଥିଲା। ସେଥିପାଇଁ ଜିତେନ୍ଦ୍ର ଓ ତାଙ୍କ ପତ୍ନୀ, ପୁଅ ସିଲୁକୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ ନେଇଥିଲେ। ଡାକ୍ତରଙ୍କୁ ଦେଖାଇ ବସ୍‌ରେ ଘରକୁ ଫେରୁଥିଲେ। କେ.ନୂଆଗାଁ ଥାନା ଗୌଡ଼ ଗାଁ ଦାଉଣୀ ଛକରେ ପୂରା ପରିବାର ଓହ୍ଲାଉ ଥିଲେ। ମାତ୍ର ସେମାନେ ଓହ୍ଲାଇବା ପୂର୍ବରୁ ବସ୍‌ଟି ଛାଡ଼ି ଦେଇଥିଲା। ଯାହାଫଳରେ ସିଲୁ ପଡ଼ିଯାଇ ଥିଲେ। ବସ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା।

ଦୁର୍ଘଟଣା ପରେ ବସ୍‌ଟି ଦ୍ରୁତ ଗତିରେ ଫେରାର ହୋଇଯାଇ ଥିଲା। ସ୍ଥାନୀୟ ଲୋକେ ବସ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଦୁର୍ଘଟଣା ଘଟାଇଥିବା ବସ୍‌ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। କେ.ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ