Advertisment

୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଲେ ଇପସିତା

କୋରାପୁଟ :  ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା।  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ […]

୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଲେ ଇପସିତା

ipsita

Advertisment

କୋରାପୁଟ :  ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା।  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ ଅଂଶଗ୍ରହଣ କରିଥିଲେ।  ଶିଶୁମାନେ ପଠାଇଥିବା ଚିତ୍ରକୁ ନେଇ ପ୍ରତିଯୋଗିତା ପାଇଁ ଶିଶୁମାନଙ୍କୁ ବିବେଚିତ କରାଯାଇଥିଲା । ଏହାପରେ ଯୋଗ୍ୟ ବିବେଚିତ ଶିଶୁଙ୍କୁ ନେଇ ଗୋଆରେ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କମ୍ପିଟିସନରେ ବାଜି ମାରିଥିଲେ ଓଡ଼ିଆ ଝିଅ ଇପ୍‌ସିତା। ଏହି ସଫଳତାରେ ଇପସିତାଙ୍କ ବାପା, ମାଆ, ଶିକ୍ଷକ ଓ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ