cm
ଭୁବନେଶ୍ୱର : CAAକୁ ହଁ, NRCକୁ ନା । ନାଗରିକତା ସଂଶୋଧନ ଆଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, CAA ପାଇଁ ଭାରତୀୟ ନାଗରିକଙ୍କ ଉପରେ କିଛି ପ୍ରଭାବ ପଡ଼ିବନି । CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ ସମର୍ଥନ କରୁନାହୁଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
NRC ନେଇ ବିଜେଡି ଲୋକସଭା, ରାଜ୍ୟସଭାରେ ସ୍ପଷ୍ଟ କରିଛି। ଏଥିସହ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବ ଉପରେ ବିଶ୍ୱାସ ନକରିବାକୁ ଅପିଲ କରିଛନ୍ତି ନବୀନ।
ସେପଟେ ମୁଖ୍ୟମନ୍ତ୍ରୀ NRCକୁ ନା କହିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ କଂଗ୍ରେସ । ଭୋଟ୍ ବ୍ୟାଙ୍କ ପଲିଟିକ୍ସ ପାଇଁ ମୁଖ୍ୟମନ୍ତ୍ରୀ ଏଭଳି କରୁଥିବା ବିଜେପି କହିଥିବା ବେଳେ, କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀ କନଫ୍ୟୁଜ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cm-2_1626687643.jpg)