Advertisment

ଶାଗମାଛ ଦରରେ ବିକା ହେବ ସେସୁ !

ଭୁବନେଶ୍ୱର : ବିକ୍ରି ହେବ ବିଦ୍ୟୁତ୍‌ ବିତରଣ କମ୍ପାନୀ ସେସୁର ୫୧ ପ୍ରତିଶତ ସେୟାର। ବିକ୍ରି ସଂପର୍କିତ ଟେଣ୍ଡର ପେପରରେ ସେସୁର ବିକ୍ରିପାଇଁ ବେସ୍ ପ୍ରାଇସ ରହିଛି ୩ ଶହ କୋଟି ଟଙ୍କା । ଟାଟା ପାଓ୍ୱାର ବିଡିଂରେ ଜିତି ସେସୁକୁ କିଣିବାକୁ ମନୋନୀତ ହୋଇଛି। ଓଇଆର୍‌ସି ପାଖରେ ସେସୁର ୫୧ ପ୍ରତିଶତ ସେୟାର ରହିଛି। ରାଜ୍ୟ ସରକାରଙ୍କ ୩୯ ପ୍ରତିଶତ ସେୟାର ଥିବା ବେଳେ ସେସୁ କର୍ମଚାରୀଙ୍କ ରହିଛି ୧୦ ପ୍ରତିଶତ। ତେବେ ଓଇଆରସି ପାଖରେ […]

ଶାଗମାଛ ଦରରେ ବିକା ହେବ ସେସୁ !

cesu

Advertisment

ଭୁବନେଶ୍ୱର : ବିକ୍ରି ହେବ ବିଦ୍ୟୁତ୍‌ ବିତରଣ କମ୍ପାନୀ ସେସୁର ୫୧ ପ୍ରତିଶତ ସେୟାର। ବିକ୍ରି ସଂପର୍କିତ ଟେଣ୍ଡର ପେପରରେ ସେସୁର ବିକ୍ରିପାଇଁ ବେସ୍ ପ୍ରାଇସ ରହିଛି ୩ ଶହ କୋଟି ଟଙ୍କା । ଟାଟା ପାଓ୍ୱାର ବିଡିଂରେ ଜିତି ସେସୁକୁ କିଣିବାକୁ ମନୋନୀତ ହୋଇଛି। ଓଇଆର୍‌ସି ପାଖରେ ସେସୁର ୫୧ ପ୍ରତିଶତ ସେୟାର ରହିଛି। ରାଜ୍ୟ ସରକାରଙ୍କ ୩୯ ପ୍ରତିଶତ ସେୟାର ଥିବା ବେଳେ ସେସୁ କର୍ମଚାରୀଙ୍କ ରହିଛି ୧୦ ପ୍ରତିଶତ।

Advertisment

ତେବେ ଓଇଆରସି ପାଖରେ ଥିବା ସମସ୍ତ ୫୧ ପ୍ରତିଶତ ସେୟାର ବିକ୍ରି ହେବ। ଆଉ ଓଇଆର୍‌ସି ଟାଟାପାଓ୍ୱାରକୁ ଲେଖିଥିବା ଲେଟର ଅଫ ଇଣ୍ଟେଟ୍‌ର ନକଲରେ ଅଛି,  ସେସୁର ବିତରଣଜନିତ କ୍ଷତିକୁ  ୫ବର୍ଷରେ ୩୨.୫୭ରୁ କମାଇ ୨୨.୫୭ କରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି।

publive-imageସେମତି ୨୦୨୧ରୁ ୨୫ ଭିତରେ ବକେୟା ବିଲ୍ ବାବଦକୁ ୨୦୦ କୋଟି ଆଦାୟ କରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ୨୦୧୭ ସୁଦ୍ଧା ସେସୁର ସଂପତ୍ତି ୪୪୬୧ କୋଟି ବୋଲି ଅ଼ଡିଟ୍‌ରେ ଦର୍ଶାଯାଇଛି। ତେବେ ମାତ୍ର ୩୦୦ କୋଟିରେ ଏହାର ୫୧ ପ୍ରତିଶତ ଅଂଶଧନକୁ ଘରୋଇ କମ୍ପାନୀକୁ ବିକିଦେବାକୁ ନେଇ ପ୍ରଶ୍ନ ଉଠାଇଛି ଉପଭୋକ୍ତା ସଂଘ। ଏହା ପଛରେ ବଡ ଧରଣର କିକ୍‌ବ୍ୟାକ୍ ଅଛି ବୋଲି ସଂଘ ଅଭିଯୋଗ ଆଣିଛି।

Advertisment

ସେସୁ ଅଧିନରେ ଅଛନ୍ତି ୯ଟି ଜିଲ୍ଲାର ୨୬ ଲକ୍ଷ ୪୬ ହଜାର ଉପଭୋକ୍ତା । ତେବେ ଉପଭୋକ୍ତାଙ୍କ ଉପରେ ସେସୁର ଏବେ ୧୯୭୧ କୋଟି ଟଙ୍କା ବକେୟା ପଡିଛି।  ଏଥିରେ  ୨୦୮ କୋଟି କେବଳ ଶିଳ୍ପ ସଂସ୍ଥା ବାକି ରଖିଛନ୍ତି। ଆର୍ଥିକ କ୍ଷତି ସୁଧାରିବା ପାଇଁ ସେସୁ କରିଥିବା ଆକ୍ସନ ପ୍ଲାନ ଅନୁସାରେ ବକେୟା ବିଲ୍  ନ ଦେଲେ ଜାନୁଆରୀ ୧୫ରୁ ବିଜୁଳି କାଟିବ ବୋଲି ବି ଚେତାବନୀ ଦେଇଛି ସଂସ୍ଥା। ଏସବୁ ଭିତରେ ସେସୁର ବିକ୍ରି ଯୋଜନାକୁ ବିରୋଧ କରି  କଂଗ୍ରେସ ଆନ୍ଦୋଳନର ଧମକ ଦେଇଥିବା ବେଳେ ବିଜେପି କହିଛି ଏହା ପଛରେ ପିସି କାରବାର ହୋଇଛି । ତେବେ ଶକ୍ତି ମନ୍ତ୍ରୀ କହିଛନ୍ତି ନିଷ୍ପତ୍ତି ଓଇଆର୍‌ସିର।

ସେସୁ ବିକ୍ରି ପାଇଁ ୨୦୧୭ ନଭେମ୍ବର ୨୪ରେ ପ୍ରକ୍ରିୟା ଆରମ୍ଭ କରିଥିଲା । ଓଇଆର୍‌ସି  ୨୦୧୮  ସେପ୍ଟେମ୍ବର ୧୪ ରେ ଟାଟା ପାଓ୍ୱାର ବିଡିଂ ପେପର୍ ଦାଖଲ କରିଥିଲା। ବି଼ଡିଂରେ ଜିତିବା ପରେ ଜାନଆରୁ ୩ ତାରିଖ ଭିତରେ ନିଜ ସମ୍ମତି ନେଇ ଓଇଆରସିକୁ ଜଣାଇବାକୁ ଲେଟର ଅଫ୍ ଇଣ୍ଟେଣ୍ଟରେ କୁହାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ