Advertisment

ଚଳିତ ମାସ ବିଦ୍ୟୁତ୍‌ ବିଲ୍‌ରେ ଲାଗୁ ହେବନି ଅଧିକ ଚାର୍ଜ

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa Electricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର […]

ଚଳିତ ମାସ ବିଦ୍ୟୁତ୍‌ ବିଲ୍‌ରେ ଲାଗୁ ହେବନି ଅଧିକ ଚାର୍ଜ

electricity

Advertisment

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa Electricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର ବିଲ୍ ହିସାବରେ ଉପଭୋକ୍ତା ଅନ୍‌ଲାଇନ୍‌ରେ ବିଲ୍ ଡିପୋଜିଟ କରିବାକୁ ସେସୁ ପକ୍ଷରୁ କୁହାଯାଇଛି। ଅନଲାଇନ୍‌ରେ ବିଲ୍ ଡିପୋଜିଟ କଲେ ୪ ପ୍ରତିଶତ ରିହାତି ଦିଆଯାଉଥିବା ମଧ୍ୟ ସୂଚନା ଦିଆଯାଇଛି।

ମେ’ ମାସରେ ବିଦ୍ୟୁତ୍ ବିଲ୍ ଅଧିକ ଆସିବା ନେଇ ଉପଭୋକ୍ତାଙ୍କ ମନରେ ପ୍ରକାଶ ପାଇଥିବା ଦ୍ୱନ୍ଦ୍ୱକୁ ସେସୁ ଦୂର କରିଛି। ତଥାପି ଯଦି ମେ‘ ମାସର ବିଲ୍‌କୁ ନେଇ ଉପଭୋକ୍ତାଙ୍କର କୌଣସି ଅସୁବିଧା ଥାଏ ତେବେ ୧୯୧୨ ନମ୍ବରରେ ଅଭିଯୋଗ କରିପାରିବେ।

Advertisment
Odia News Odia Khabar Odisha Khabar Khabar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ