electric
ଭୁବନେଶ୍ୱର : ବକେୟା ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ଘରୁ ବିଜୁଳି କାଟିବା ନେଇ ମନେ ପକାଇଦେଲେ ସେସୁ କର୍ତ୍ତୃପକ୍ଷ। ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍ କାଟ ହେବ ବୋଲି ସେସୁର ସିନିଅର ଜେନେରାଲ ମ୍ୟାନେଜର ମନୋଜ ସିଂହ କହିଛନ୍ତି । କିନ୍ତୁ ସଂପୂର୍ଣ୍ଣ ଗାଁରେ ବିଜୁଳି କଟାଯିବ ନାହିଁ ବରଂ ଯେଉଁମାନେ ବିଜୁଳି ବିଲ୍ ଦେଇନଥିବେ, ସେମାନଙ୍କର ବିଜୁଳି କଟାଯିବ ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଯିଏକି ଜାଣିଶୁଣି ବିଜୁଳି ବିଲ୍ ପୈଠ କରିନାହାନ୍ତି ସେମାନଙ୍କ ଲାଇନ କଟାଯିବ ବୋଲି ସେ କହିଛନ୍ତି।
ସେସୁ ଅଧିନରେ ଥିବା ୯ଟି ଜିଲ୍ଲାରେ ୪୧୩ଟି ସ୍କ୍ୱାର୍ଡ଼ ବିଦ୍ୟୁତ୍ କାଟ୍ କାମ କରିବେ। ଏଣୁ ବକେୟା ରଖିଥିବା ଉପଭୋକ୍ତା ୨ ଦିନ ଭିତରେ ବିଲ୍ ପୈଠ କରିବାକୁ ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/electric_1626689977.jpg)