CBSE Exam Photograph: (OTV)
ଆଜିଠୁ ସିବିଏସ୍ ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ। ଚଳିତବର୍ଷ ଭାରତ ସମେତ ୨୬ଟି ଦେଶର ୩୧ ହଜାରରୁ ଅଧିକ ବିଦ୍ୟାଳୟର ୪୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି।
ଓଡ଼ିଶାରେ ଦଶମ ଶ୍ରେଣୀରେ ୬୦ ହଜାର ଓ ଦ୍ବାଦଶ ଶ୍ରେଣୀରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ସିବିଏସଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ CBSE ଦଶମ ଶ୍ରେଣୀରେ ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ କରାଯାଇଛି।
ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ମିଳିବ ଅନୁମତି। ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ।
ପ୍ରଥମ ବୋର୍ଡରେ ୩ଟି ବା ତାଠୁ ଅଧିକ ପେପର ଦେଇ ନ ଥିଲେ ମିଳିବନି ଅନୁମତି। ପ୍ରଥମ ବୋର୍ଡ ପରୀକ୍ଷା ନ ଦେଲେ ‘ଏସେନସିଆଲ ରିପିଟ’ ବର୍ଗରେ ରହିବେ। ଏହି ବର୍ଗରେ ରହିଲେ ପର ବର୍ଷ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/cbse-exam-2026-02-17-09-33-03.jpg)