SI_EXAM_SCAM Photograph: (OTV)
ପୋଲିସ SI ନିଯୁକ୍ତି ପରୀକ୍ଷା ମହାଘୋଟାଲାରେ ଘାଣ୍ଟିବ ସିବିଆଇ। ଖୋଲିବ ସଂଗଠିତ ଅନ୍ତଃରାଜ୍ୟ କ୍ରାଇମ୍ ସିଣ୍ଡିକେଟର ମହାଗୁମର। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନେଇ ଜାରି ହୋଇଛି ବିଧିବଦ୍ଧ ବିଜ୍ଞପ୍ତି।
ମାମଲାରେ ଆନ୍ତଃରାଜ୍ୟ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏହାର ଗୁରୁତ୍ବ ଅନୁଭବ କରି ସିବିଆଇ ତଦନ୍ତ ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନୀତି କୁହାଯାଉଥିବା ଏ ମାମଲାରେ ତଦନ୍ତ ଦାୟିତ୍ବ ନେବା ପରେ ଏବେ ବିଶାଳ ସ୍କାମର ଚେର ଖୋଲିବ ସିବିଆଇ।
CBI ତଦନ୍ତ ବିଜ୍ଞପ୍ତି ପରେ ଏବେ ଅଭିଯୁକ୍ତଙ୍କ ଛାତି ଧଡ଼ଧଡ଼ ହୋଇଛି। SI ଚାକିରି ଦୁର୍ନୀତିରେ ୧୧୪ ଜଣ ଜାମିନ ପାଇଛନ୍ତି। ସେପଟେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସହ ମୋଟ 11 ଜଣ ଏବେ ବି ଜେଲରେ ଅଛନ୍ତି। ଏ ଘଟଣାକୁ ପ୍ରଥମେ ଗଞ୍ଜାମ ପୋଲିସ ପର୍ଦ୍ଦାଫାସ କରିବା ପରେ, ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ ଦାୟିତ୍ବ ନେଇଥିଲା।
ଏବେ ସିବିଆଇକୁ ମାମଲା ଯିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ଯୋରଦାର ହେବା, ସହ ଏହା ପଛରେ କେଉଁ ବଡ଼ ଅଧିକାରୀଙ୍କ ସଂପୃକ୍ତି ଅଛି, ଓପିଆରବିର ଭୂମିକା କଣ, ସେସବୁ କଥା ସାମ୍ନାକୁ ଆସିବା ଅନୁମାନ କରାଯାଉଛି।
• SI ସ୍କାମ୍, ପଶିଲା CBI
• ପୋଲିସ SI ପରୀକ୍ଷା କେଳେଙ୍କାରୀରେ CBI ତଦନ୍ତ ବିଜ୍ଞପ୍ତି
• କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
• CBI ତଦନ୍ତ ନେଇ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ
• ପୋଲିସ SI ଚାକିରି ଦୁର୍ନୀତିର ଚେର ଖୋଜିବ CBI
• ପଦାକୁ ଆସିବ ବଡ଼ବଡ଼ିଆ ବାବୁ ଓ ଓପିଆରବି ଭୂମିକା
• CBI ତଦନ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/si_exam_scam-2025-11-12-10-19-39.jpg)