CBI Raid Photograph: (OTV)
ଭୁବନେଶ୍ବରରେ ଲକ୍ଷ୍ନୌ ସିବିଆଇ ଟିମ୍। Water and Power Consultancy Service ଅଫିସରେ ଖୋଳତାଡ଼। ଟେଣ୍ଡର ଫିକ୍ସିଂ ଅଭିଯୋଗରେ WAPCOS ଅଫିସରେ ଯାଞ୍ଚ କରିଛି ସିବିଆଇ ଟିମ୍। ଏନେଇ ପ୍ରକଳ୍ପ ମ୍ୟାନେଜର୍ ପଙ୍କଜ ଦୁବେଙ୍କ ସମେତ ୮ ଜଣଙ୍କୁ ପଚରାଉଚରା ହୋଇଥିବା ସୂଚନା ମିଳିଛି।
ପଙ୍କଜ ଦୁବେ, ଭବଦ୍ୟୁତି ଭୁତିଆ ଓ ଅଭିଷେକ ଠାକୁରଙ୍କ ନାଁରେ ମାମଲା ରୁଜୁ କରିଛି ଲକ୍ଷ୍ନୌ ସିବିଆଇ। ଏଥିସହ ତ୍ତରପ୍ରଦେଶର ଠିକାଦାର ବବୁଲ ସିଂ, ଦଲାଲ ଗୋପାଳ ମିଶ୍ର ଓ ଅନ୍ୟ ୩ ଜଣ ଲୋକଙ୍କ ନାଁରେ ବି ହୋଇଛି ମାମଲା।
ଗୋପାଳ ମିଶ୍ର WAPCOS ଭୁବନେଶ୍ବର ପ୍ରକଳ୍ପ ମ୍ୟାନେଜର ପଙ୍କଜଙ୍କ ଇସାରାରେ ଉତ୍ତରପ୍ରଦେଶରୁ ଠିକାଦାର ଆଣି ଭୁବନେଶ୍ବରରେ ଟେଣ୍ଡର ଦେଉଥିଲେ। ଟେଣ୍ଡର ଭାଲ୍ୟୁର ୪ରୁ ୬ପ୍ରତିଶତ ପଙ୍କଜ ନେଉଥିବା ବେଳେ ଦଲାଲ ଗୋପାଳ ନେଉଥିଲା ୧ ପ୍ରତିଶତ। ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଭୁବନେଶ୍ବର WAPCOS ଅଫିସ ସମେତ ଦେଶର ୬ଟି ସ୍ଥାନରେ ଚଢାଉ କରିଛି ସିବିଆଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/cbi-raid-2026-02-25-10-40-14.jpg)