los
ନବରଙ୍ଗପୁର: ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲୁଛି ଭାଇରାଲ୍ ଭିଡିଓ। ଏବେ ପରିବହନ ବିଭାଗ ଅଧିକାରୀଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାୟୀ ଚାକିରି କରାଇଦେବା ପାଇଁ ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର ଜଣେ ବ୍ୟକ୍ତିଙ୍କଠାରୁ ୨ଟି କିସ୍ତିରେ ୪୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ବଡ଼କୁମୁଲି ଗାଁର ଆକାଶ ହରିଜନଙ୍କଠାରୁ ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର ଏହି ଟଙ୍କା ନେଇଥିଲେ। ତେବେ ଲାଞ୍ଚ ଦେବା ସତ୍ତ୍ୱେ ଚାକିରି ନପାଇବାରୁ ଆକାଶ RTOକୁ ଯାଇ ପାଟିତୁଣ୍ଡ କରିବାରୁ ଅଧିକାରୀ ଜଣକ ଅନ୍ୟ ଜଣେ କର୍ମଚାରୀଙ୍କୁ ଟଙ୍କା ଫେରାଇ ଦେବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏନେଇ RTO ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସେପଟେ RTOଙ୍କୁ ଗିରଫ କରିବା ସହ ଦୁର୍ନୀତିରେ ସଂପୃକ୍ତି ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ। ନଚେତ ଦଳ ଆସନ୍ତା ମାସ ପ୍ରଥମ ସପ୍ତାହରେ ରାସ୍ତାକୁ ଓହ୍ଲାଇବା ସହ RTO କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/los_1627107652.jpg)