Advertisment

ପୋଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର

ପୋଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର

sonepure

Advertisment

ସୋନପୁର: ଦବଙ୍ଗ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ ମାମଲା ଦାୟର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଗତ ୪ ତାରିଖ ବୀରମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇ ବିଜୟ କୁମାର ବାରିକ ପାଟ୍ରୋଲିଂ ସମୟରେ ଜଣେ ଜଳଖିଆ ଦୋକାନୀକୁ ମାଡ଼ ମାରିଥିଲେ।

Advertisment

ସେହି ସମୟରେ ଦୋକାନୀ ଜଣଙ୍କ ଦେହରେ ଗରମ ତେଲ ପଡି ପୋଡିଯାଇଥିଲେ। ଘଟଣାକୁ ନେଇ ଗତକାଲି ଦୀର୍ଘ ସମୟ ଧରି ବୀରମହାରାଜପୁର ଛକକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

ପରେ ନ୍ୟାୟ ଦାବିରେ ପିଡୀତଙ୍କ ପତ୍ନୀ ତାରା ବିଶ୍ୱାଳ ସଂପୃକ୍ତ ଏସଆଇ ବିଜୟ କୁମାର ବାରିକଙ୍କ ନାଁରେ ବୀରମହାରାଜପୁର ଥାନାରେ ଏକ ମାମଲା ଦାୟର କରିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ