Advertisment

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହେଲା ମାମଲା

ଭୁବନେଶ୍ୱର:ଶେଷରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ।  ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ  ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ। ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ  ବର୍ଷା ପ୍ରିୟଦର୍ଶୀନି ପୁରୀଘାଟ ଥାନାରେ  ଅନୁଭବ […]

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହେଲା ମାମଲା

anubhaba

Advertisment

ଭୁବନେଶ୍ୱର:ଶେଷରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ।  ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି।

Advertisment

ଏଥିସହିତ  ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ।

ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ  ବର୍ଷା ପ୍ରିୟଦର୍ଶୀନି ପୁରୀଘାଟ ଥାନାରେ  ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ ଦର୍ଶାଇଥିଲେ ଯେ,  ଗତ ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି।  ବର୍ଷାଙ୍କ ଏପରି ଅଭିଯୋଗ ପାଇବା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଥିଲା। 

Advertisment

ଏହା ପୂର୍ବରୁ ମଧ୍ୟ  ସୋସିଆଲ୍ ମିଡିଆରେ ଏକ ଭାଇରାଲ୍ ଭିଡିଓକୁ ନେଇ ବର୍ଷା  ପୁରୀ ଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଭିଡିଓ ଭାଇରାଲ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ ବର୍ଷା।  ପୋଲିସ୍ ଏହି ଭିଡିଓ ପ୍ରମାଣ ଖୋଜୁଛି।

ଏଠି କହିରଖିବୁ, ଗତ କିଛି ମାସ ହେଲା ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ  ଚର୍ଚ୍ଚା ଚାଲିଛି ।କେତେବେଳେ ଅନୁଭବ ତ କେତେବେଳେ ବର୍ଷା, ଗଣମାଧ୍ୟମ ସାମ୍ନାରେ ଦେଇଥିବା ବୟାନରୁ ସେମାନଙ୍କ ୭ବର୍ଷର ବୈବାହିକ ସଂପର୍କ ଯେ ତିକ୍ତ ତାହା ସ୍ପଷ୍ଟ ହୋଇଛି । ଏପରିକି ସେମାନଙ୍କ ଦାମ୍ପତ୍ୟ କଳି ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହୋଇଛି ।  କଥା ସୁପ୍ରିମକୋର୍ଟ ଯାଏଁ ବି ଯାଇଛି।

Advertisment

ଅନ୍ୟପକ୍ଷେ ଡିଜିପିଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ଅଭିଯୋଗ କରିବା ସହ ଏହାକୁ ଯାଞ୍ଚ କରିବାକୁ ଅନୁଭବ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏପରିକି ଏହି ଅଡିଓକୁ ନେଇ ସେ ଚିନ୍ତାରେ ଥିବାବେଳେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି।

ଡିଜିପିଙ୍କୁ ଚିଠି ଲେଖି ଅଭିଯୋଗ କରିବା ସହିତ ଏହି ଷଡ଼ଯନ୍ତ୍ର ପଛରେ ନାଁ ନନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ଅନୁଭବ। ସେ ଲେଖିଛନ୍ତି, ଗତ  ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଯେଉଁ ଏକ ଜାତୀୟ ଦଳର ରାଷ୍ଟ୍ରୀୟ ଉପସଭାପତିଙ୍କୁ ସେ ପରାସ୍ତ କରିଥିଲେ ସେହି ବ୍ୟକ୍ତି ହିଁ ଷଡ଼ଯନ୍ତ୍ରକାରୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏବଂ ତାଙ୍କୁ ବଦନାମ୍ କରିବା ପଛରେ ଷଡ଼ଯନ୍ତ୍ରରେ ସାମିଲ ଥାଇ ପାରନ୍ତି। ଅବଶ୍ୟ ଅନୁଭବଙ୍କ ଅଭିଯୋଗ ଉପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ରଖି ନାହାନ୍ତି।

Barsa Anubhav Case Anubhav Mohanty Barsha Priyadarshini Odia Actor Anubhav Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ