dog
ଭୁବନେଶ୍ୱର : କୁକୁର ଛୁଆଙ୍କୁ ଗାଡ଼ି ଚାପି ଗିରଫ ହେଲେ କ୍ୟାବ୍ ଡ୍ରାଇଭର୍ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଜାଣିଶୁଣି ଚାରିଟି କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କ୍ୟାବ୍ ଡ୍ରାଇଭର କାହ୍ନୁ ଚରଣ ଗିରି ।
ସୂଚନା ମୁତାବକ, ଗତକାଲି ସକାଳ ସମୟରେ ଶୈଳଶ୍ରୀ ବିହାର ସ୍ଥିତ ହାଇଲାଣ୍ଡର୍ ରେସିଡେନ୍ସି ନିକଟରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ ଅଭିଯୁକ୍ତ କାର୍ ଡ୍ରାଇଭର୍। ନିକଟରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ମନା କରିବା ପରେ ବି ସେ ଦ୍ରୁତ ଗତିରେ ଆସି କୁକୁରଙ୍କ ଉପରକୁ ଗାଡ଼ି ଚଢ଼ାଇଥିଲେ।
ଫଳରେ ଘଟଣାସ୍ଥଳରେ ହିଁ ଚାରୋଟି କୁକୁର ଛୁଆଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପିପୁଲ୍ସ ଫର୍ ଆନିମଲ୍ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏଫ୍ଆଇଆର୍ ରୁଜୁ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dog-1_1626684999.jpg)