Advertisment

Byanjan Dwadashi: ଶ୍ରୀମନ୍ଦିରରେ ୮୭୫ ପ୍ରକାର ବ୍ୟଞ୍ଜନ

ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ସହ ପାଳନ କରାଯାଉଛି। ତେଣୁ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।

ଅଦ୍ୟତନ ହୋଇଛି
Puri-Byanjan-Dwadashi

Puri-Byanjan-Dwadashi Photograph: (OTV)

Advertisment

ଭଳିକି ଭଳି ବ୍ୟଞ୍ଜନ। ମହ ମହ ବାସ୍ନା। ଏସବୁ କ’ଣ ଜଣେ ସାଧାରଣ ଲୋକ ପାଇଁ ସମ୍ଭବ! ଏ ହେଉଛି ଯଶୋଦା ନନ୍ଦନ ଆଉ ରାଧା ମନ ଚୋର ସେଇ କଳା କହ୍ନେଇ ପାଇଁ। ଗତ କାଲି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ଥିବାରୁ ପୁରୀର ଗୌରବିହାର ମାତା ମଠରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବାଢି ଦିଆଯାଇଥିଲା। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ସହ ପାଳନ କରାଯାଉଛି। ତେଣୁ ଶହେ କି ଦୁଇଶହ ପ୍ରକାର ନୁହେଁ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।

Advertisment

ପୌରାଣିକ କାହାଣୀ ଅନୁସାରେ ଦ୍ୱାପର ଯୁଗରେ ଦିନେ ମା’ ଯଶୋଦା ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ିଯାଇଥିବା ଦେଖି ଉଚ୍ଛନ୍ନ ହୋଇଗଲେ। ଭାବିଲେ ନ ଖାଇ ନ ପିଇ ସେ ଏମିତି ହୋଇଗଲାଣି। ଏହା ପରେ ମା’ ଯଶୋଦା ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ। ଏହି ଦିନ ଥିଲା ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି।

ଏହି ପରମ୍ପରାକୁ ବୈଷ୍ଣବ ଗୌଡ଼ୀୟମାନେ ବଞ୍ଚାଇ ରଖିଥିବା ବେଳେ ଏହି ତିଥିର ଯଥେଷ୍ଟ ପୂର୍ବରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆରମ୍ଭ ହୁଏ ପ୍ରକ୍ରିୟା। ଶ୍ରଦ୍ଧାଳୁ ମା ରାଧାରାଣୀଙ୍କୁ ସ୍ମରଣ କରି ବହୁ ଶ୍ରମ କରି ବହୁବିଧି ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି। ଏହା ପରେ ସ୍ୱତନ୍ତ୍ର ପତ୍ରରେ ସମ୍ମିଳିତ ଭାବେ ସମସ୍ତେ ପ୍ରସାଦ ସେବନ କରିଥାନ୍ତି। ପ୍ରତି ବର୍ଷ ପ୍ରାୟ ୫୦୦ ରୁ ୬୦୦ ପ୍ରକାରର ବ୍ୟଞ୍ଜନ ଏହି ମଠରେ ପ୍ରସ୍ତୁତ ହୋଇଥାଏ। ଚଳିତ ବର୍ଷ ପ୍ରସ୍ତୁତ ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଛି ସାଧା ମିଠା କାନିକା, ଖେଚୁଡ଼ି ଓ ଘିଅ ଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୫୧ ପ୍ରକାର ତରକାରି, ୩୨୦ ପ୍ରକାର ଚଟଣି।

Advertisment
Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ