/odishatv-khabar/media/post_attachments/uploadimage/library/16_9/16_9_0/1-5_1625125698.jpg)
1
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିକୁ ଡବଲ୍ ଝଟକା ଲାଗିଛି ଏବଂ ବିଜେଡିକୁ ଆଶାତୀତ ସଫଳତା ମିଳିଛି। ଖାସ୍ ସେଥିପାଇଁ ବିଜେଡି କ୍ୟାମ୍ପରେ ଏବେ ବେଶ୍ ଉତ୍ସାହ ଦିଖିବାକୁ ମିଳିଛି।
ତେବେ କାହିଁକି ବିଜେପିର ଏଭଳି ସ୍ଥିତି ହେଲା, ସେ ନେଇ ପ୍ରଶ୍ନ ଉଠିଛି। ସରକାରଙ୍କ ବିରୋଧରେ କୋଭିଡ୍ ପରିଚାଳନାରେ ବିଫଳତା, ପ୍ରବାସୀଙ୍କୁ କର୍ମନିଯୁକ୍ତି ଓ ଥଇଥାନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରସଙ୍ଗରେ ଜନମତ ସୃଷ୍ଟି କରିଥିଲା ବିଜେପି। ତା ସହିତ ବାଲେଶ୍ୱରରେ ଅନୁକମ୍ପା ହାଓ୍ୱା ବି ଥିଲା। ଏହାସତ୍ତ୍ୱେ ବି ବିଜେପି ହାତରୁ ବାଲଶ୍ୱର ଆସନକୁ ଛଡ଼ାଇନେଲା ବିଜେଡି।
କୁହାଯାଉଛି ବିଜେଡି ତୁଳନାରେ ଦଳର ଦୁର୍ବଳ ସଂଗଠନ, ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ, ଅନୁକଂପା ହାଓ୍ୱାକୁ ଭୋଟ୍ରେ ରୂପାନ୍ତରିତ କରିବାରେ ସାଂଗଠନିକ ବିଫଳତା, ଓ୍ୱାର୍ଡ ଓ ପଞ୍ଚାୟତ ସ୍ତରରେ ଗଡ଼ ଜଗି ନପାରିବା ପରାଜୟର ପ୍ରମୁଖ କାରଣ।
ବିଜେପି ରାଜ୍ୟ ସଭାପତି କିନ୍ତୁ ଦଳର ପରାଜୟ ପାଇଁ ପରୋକ୍ଷରେ କଂଗ୍ରେସ୍ ଉପରେ ଦୋଷ ଲଦିଛନ୍ତି। କେଉଁଠି ନା କେଉଁଠି କଂଗ୍ରେସ୍ ଭୋଟ୍, ବିଜେଡିକୁ ଯାଉଥିବା ନେଇ ବିଜେପି ତର୍ଜମା କରୁଛି। ସେପଟେ ବିଜେପି ଭୋଟ୍ ବିକ୍ରି ହେଉଥିବା କଂଗ୍ରେସ ପାଲଟା ଅଭିଯୋଗ କରିଛି।
ସେପଟେ ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲ ସଫଳତାକୁ ନେଇ ବେଶ ଉତ୍ସାହିତ। କୋଭିଡ୍ ପରିଚାଳନାରେ ବିଫଳତା ସହ ଦୁର୍ନୀତିର ଅଭିଯୋଗ, ପ୍ରବାସୀ ଓଡ଼ଆଙ୍କୁ କର୍ମନିଯୁକ୍ତି ଓ ଥଇଥାନରେ ବିଫଳତା ଅଭିଯୋଗ ସହ ସ୍ଥାନୀୟ ସମସ୍ୟା ଥିବା ସତ୍ତ୍ୱେ ଦଳ କିପରି ବିପୁଳ ବିଜୟ ଲାଭ କଲା ତାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ସାଧାରଣ ନିର୍ବାଚନର ଦେଢ ବର୍ଷ ପରେ ବି ନବୀନଙ୍କର ଭୋଟରଙ୍କ ଉପରେ ପ୍ରଭାବ, ସରକାରଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର ପ୍ରଚାର, ଓ ବିଜେଡିର ସାଂଗଠନିକ ଦକ୍ଷତା ସହ ତୃଣମୂଳସ୍ତରରେ ଦଳର ନିର୍ବାଚନ ପରିଚାଳନା ଏହାର ପ୍ରମୁଖ କାରଣ ବୋଲି କୁହଯାଉଛି।
ତେବେ ବାଲେଶ୍ୱରରେ ଦଳ ଯେଉଁ ଭୋଟ୍ ବ୍ୟବଧାନ ଆଶା ରଖିଥିଲା ତାହା ମିଳିପାରି ନାହିଁ। ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିବା ପରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିକୁ ସହଯୋଗ କରିବା, ନବୀନ୍ ନିଜେ ପ୍ରଚାର ମୈଦାନକୁ ନଯିବା ଏବଂ ଅନୁକମ୍ପାମୂଳକ ଭୋଟ୍ ପ୍ରଭାବ ପାଇଁ ବ୍ୟବଧାନ ଅଧିକ ହୋଇନଥିବା ଚର୍ଚ୍ଚା ହେଉଛି। ହେଲେ ବିଜେଡି କିନ୍ତୁ ଭୋଟ୍ ବ୍ୟବଧାନକୁ ନେଇ ସନ୍ତୁଷ୍ଟ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)