Advertisment

ସୁଖ ଛଡେଇନେଲା ବସ୍‌ ଦୁର୍ଘଟଣା ; ମେଧାବୀ ଝିଲିଙ୍କୁ ଝୁରୁଛି ସ୍କୁଲ

ବ୍ରହ୍ମପୁର : ଗଞ୍ଜାମ ମେଣ୍ଡରାଜପୁର ଛକ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ବି ଆହୁରି ୧୨ ଜଣଙ୍କର ଚିକିତ୍ସା ଚାଲିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଆଉ ସେପଟେ ଲୁହରେ ବୁଡ଼ିଛି ଗଞ୍ଜାମର ଡଙ୍କଲପାଡ଼ୁ। ଦୁର୍ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ଏଯାଏଁ ଅଧିକାଂଶଙ୍କ ଘରେ ଚୁଲି ଜଳିନି। ନିଜ କୁନି କୁନି ହାତରେ ଶନିବାର ବନେଇଥିବା ସେହି କାଗଜ ଶିକୁଳି ଆଜି […]

ସୁଖ ଛଡେଇନେଲା ବସ୍‌ ଦୁର୍ଘଟଣା ; ମେଧାବୀ ଝିଲିଙ୍କୁ ଝୁରୁଛି ସ୍କୁଲ

jhili

Advertisment

ବ୍ରହ୍ମପୁର : ଗଞ୍ଜାମ ମେଣ୍ଡରାଜପୁର ଛକ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ବି ଆହୁରି ୧୨ ଜଣଙ୍କର ଚିକିତ୍ସା ଚାଲିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଆଉ ସେପଟେ ଲୁହରେ ବୁଡ଼ିଛି ଗଞ୍ଜାମର ଡଙ୍କଲପାଡ଼ୁ। ଦୁର୍ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ଏଯାଏଁ ଅଧିକାଂଶଙ୍କ ଘରେ ଚୁଲି ଜଳିନି।

Advertisment

ନିଜ କୁନି କୁନି ହାତରେ ଶନିବାର ବନେଇଥିବା ସେହି କାଗଜ ଶିକୁଳି ଆଜି ବି ସାରଙ୍କ ହାତରେ ଝୁଲୁଛି। ହେଲେ ସୋମବାର ସ୍କୁଲ ଖୋଲିଲା ବେଳକୁ ମରଣ ଶିକୁଳିରେ ଝିଲିକୁ ବାନ୍ଧି ନେଇଗଲାଣି ନିଷ୍ଠୁର ଦଇବ। ଡଙ୍କଲପାଡୁ ସ୍କୁଲରେ ପଞ୍ଚମ ଶ୍ରେଣୀ ପଢୁଥିଲା ଝିଲି ସାହୁ। ଗୋଳନ୍ଥରାରେ ଘଟିଥିବା ଦୁର୍ଘଟଣା ଝିଲିର ଜୀବନ ଦୀପକୁ ବି ଲିଭେଇ ଦେଇଛି। ଆଉ ଏବେ ତା ଗୁଣ ବାହୁନି ଗୁମୁରୁ କାନ୍ଦୁଛି ସ୍କୁଲ୍। ଝୁରୁଛନ୍ତି ଶିକ୍ଷକ। ଝୁରୁଛନ୍ତି ଛାତ୍ରଛାତ୍ରୀ ଓ ସହପାଠୀ।

ଆଉ ଏପଟେ ଦୁର୍ଘଟଣାରେ ଦଶ ଦଶ ଜଣଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଛି ଡଙ୍କଲପାଡୁ ଗାଁ। ଯିଏ ଯେଉଁଠି ବସିଛି ସେଇଠି। ଅଶୋକଙ୍କ ଘର କାନ୍ଥରେ ଆଜି ବାହା ଚିତା ଝଟକୁଛି। ଟେଣ୍ଟ ପାଇଁ ବାଉଁଶ ବନ୍ଧା ସରିଛି । ହେଲେ ନିର୍ବନ୍ଧ ଅଧାରେ ରହିଯିବାରୁ ଯୋଡ଼ି ହେବା ପୂର୍ବରୁ ମରିଯାଇଛି ମନ। ଆଜି ରାତି ପାହିଥିଲେ ଯେଉଁ ଘରୁ ଶଙ୍ଖ ହୁଳହୁଳି ଭାସି ଆସିଥାନ୍ତା, କାନ୍ଦବୋବାଳିରେ ଫାଟି ପଡୁଛି ସେ ଘର। ସେହି ଘରୁ ବି ଯାଇଛି ଦୁଇଟି ଜୀବନ। କିଏ କାହାକୁ ସମ୍ଭାଳିବ? ୧୦ ବର୍ଷ ତଳେ ରୋଗରେ ପଡ଼ି ବାପା ଯାଇଥିଲେ। ଆଉ ଗତକାଲି ବସ୍ ଉପରୁ ଖସିଥିବା ମୃତ୍ୟୁର ବିଜୁଳି ମାକୁ ବି ଛଡ଼ାଇ ନେଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ