JALESWAR_ACCIDENT Photograph: (OTV)
ଜଳେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ଘଟଣାସ୍ଥଳରେ ଡ୍ରାଇଭର, ହେଲପର୍ ମୃତ । ରାତି ପ୍ରାୟ ଦୁଇଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଓଡ଼ିଶାରୁ କୋଲକାତା ଫେରୁଥିବା ଏକ ବସ୍ ଟ୍ରକକୁ ପଛରୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ୯ ଗୁରୁତର ଯାତ୍ରୀଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
• ଟ୍ରକକୁ ପିଟିଲା ବସ୍: ୨ ମୃତ
• ଜଳେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା
• ଟ୍ରକକୁ ପଛରୁ ପିଟିଲା ବସ୍
• ଘଟଣାସ୍ଥଳରେ ଡ୍ରାଇଭର, ହେଲପର୍ ମୃତ
• ରାତି ପ୍ରାୟ ଦୁଇଟା ସମୟରେ ଦୁର୍ଘଟଣା
• ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍
• ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ
• ୯ ଗୁରୁତର ଯାତ୍ରୀ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/29/jaleswar_accident-2025-10-29-10-59-47.jpg)