Advertisment

ରାଜଧାନୀରେ ଜଳିଗଲା ବସ୍

ଭୁବନେଶ୍ୱର : ରାଜଧାନୀରେ ଜଳିଗଲା ବସ୍ । ଭୁବନେଶ୍ୱର ସହିଦ ନଗରରେ ରଖାଯାଇଥିବା ଏକ ବସ୍‌ରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍‌ଟି ହୁତ୍ ହୁତ୍ ହୋଇ ଜଳିଯାଇଥିଲା । ଭୁବନେଶ୍ୱର ଅଗ୍ନିଶମ ବାହିନୀ ଆସି ନିଆଁକୁ ଲିଭାଇଥିଲେ। ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ବାହନ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ବରର ଏହି ବସ୍‌ଟି  ବାଙ୍ଗାଲୋର ସେଣ୍ଟ୍ରାଲ RTOରେ ରେଜିଷ୍ଟ୍ରେସନ୍ ହୋଇଥିଲା। ଆଉ […]

ରାଜଧାନୀରେ ଜଳିଗଲା ବସ୍

fire in bus

Advertisment

ଭୁବନେଶ୍ୱର : ରାଜଧାନୀରେ ଜଳିଗଲା ବସ୍ । ଭୁବନେଶ୍ୱର ସହିଦ ନଗରରେ ରଖାଯାଇଥିବା ଏକ ବସ୍‌ରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍‌ଟି ହୁତ୍ ହୁତ୍ ହୋଇ ଜଳିଯାଇଥିଲା । ଭୁବନେଶ୍ୱର ଅଗ୍ନିଶମ ବାହିନୀ ଆସି ନିଆଁକୁ ଲିଭାଇଥିଲେ।

Advertisment

ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ବାହନ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ବରର ଏହି ବସ୍‌ଟି  ବାଙ୍ଗାଲୋର ସେଣ୍ଟ୍ରାଲ RTOରେ ରେଜିଷ୍ଟ୍ରେସନ୍ ହୋଇଥିଲା। ଆଉ ଏହାକୁ କର୍ଣ୍ଣାଟକର ବିଭିନ୍ନ ଆରଟିଓ ଅନେକ କାରଣ ଯୋଗୁଁ କଳା ତାଲିକାଭୁକ୍ତ କରିଥିଲେ । ବସ୍‌ଟି ଗତ ୩ ବର୍ଷ ହେଲା ଏଠାରେ ରଖାଯାଇଥିବା ସୂଚନା ମିଳିଛି । ବସଟି କିଭଳି କିଏ ଆଣି ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ