bus-accident
ବାଲେଶ୍ୱର: ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀଙ୍କୁ ଧରି ଯାଉଥିବା ଏକ ବସ୍। ପଡ଼ିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର-ନୂଆଗାଁ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବସ୍ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ ମଙ୍ଗଳପୁର-ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ବସ୍ରେ ୩୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଥିବାବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bus-accident-1_1626159838.jpg)