Advertisment

ସମ୍ବଲପୁର ଓ କେନ୍ଦୁଝରରେ ଓଲଟିଲା ବସ୍‌

ସମ୍ବଲପୁର/ କେନ୍ଦୁଝର :  ସମ୍ବଲପୁର ଓ କେନ୍ଦୁଝର ଜିଲାର ୨ ଟି ସ୍ଥାନରେ ବସ୍‌ ଓଲଟି ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲା ଜୁଜୁମୁରା ନିକଟ ବେହେରନବସା଼ଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ  ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସମ୍ବଲପୁର […]

  ସମ୍ବଲପୁର ଓ କେନ୍ଦୁଝରରେ ଓଲଟିଲା ବସ୍‌

Capture 2

Advertisment

ସମ୍ବଲପୁର/ କେନ୍ଦୁଝର :  ସମ୍ବଲପୁର ଓ କେନ୍ଦୁଝର ଜିଲାର ୨ ଟି ସ୍ଥାନରେ ବସ୍‌ ଓଲଟି ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲା ଜୁଜୁମୁରା ନିକଟ ବେହେରନବସା଼ଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ  ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସଦର ହସ୍ପିଟାଲ ଓ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଘରୋଇ ବସ୍‌ଟି ସମ୍ବଲପୁରରୁ କେଶପାଲି ଅଭିମୁଖେ ଯାଉଥିଲା। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନି । 

କେନ୍ଦୁଝର ଜିଲା ଯୋଡାର ଖଣ୍ଡବନ୍ଧ ନିକଟରେ ବସ୍‌ ଓଲଟି ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା  ସଙ୍କଟାପନ୍ନ ରହିଛି । ସମସ୍ତ ଆହତ ଓ ଗୁରୁତରଙ୍କୁ ଯୋଡାରେ ଥିବା ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ଟାଟା ପ୍ରୋଜେକ୍ଟ ଲିମିଟେଡର କର୍ମଚାରୀମାନେ ଥିଲେ। ସେମାନେ ଖଣ୍ଡବନ୍ଧ ଖଣିରୁ ଯୋଡା ଅଭିମୁଖେ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ