Advertisment

ମୁଣ୍ଡ ନେଇଗଲା ଭଙ୍ଗା କୋଠା : ମାଆ ଖୋଜୁଛି ତା ଗେହ୍ଲା ପୁଅକୁ

ଜୟପୁର ( ଟି.ଗୌରୀଶଙ୍କର) : କୋରାପୁଟ ବାରିଣୀପୁଟ ଅପରକୋଲାବ ଟ୍ରାଜେଡିରେ ତିନି ତିନି ଜଣଙ୍କ ଜୀବନ ବଞ୍ଚିଗଲା ସତ, ହେଲେ ଚାଲିଗଲା ନୟନ ପିତୁଳା । ମାଆର ମାଡ଼ରୁ ବର୍ତ୍ତିବା ପାଇଁ ପରିତ୍ୟକ୍ତ କୋଠାକୁ ଲୁଚିବାକୁ ଯାଇଥିଲେ ବି ବର୍ତ୍ତିପାରିଲାନି ମୃତ୍ୟୁର ଦୂତ ହାତରୁ। ମାଆ ଏବେ ମେଡ଼ିକାଲରେ । ଖୋଜୁଛନ୍ତି ଗେହ୍ଲା ପୁଅକୁ । କାଲିର କାଳ ରାତିରେ ଯାହା ଘଟିଗଲା, ଆଖି ସାମ୍ନାରେ ଭାସିଉଠୁଛି ଗୋଟି ଗୋଟି କରି। ହେଲେ ମନରେ ଆଶଙ୍କା ପୁଅର […]

ମୁଣ୍ଡ ନେଇଗଲା ଭଙ୍ଗା କୋଠା : ମାଆ ଖୋଜୁଛି ତା ଗେହ୍ଲା ପୁଅକୁ

son

Advertisment

ଜୟପୁର ( ଟି.ଗୌରୀଶଙ୍କର) : କୋରାପୁଟ ବାରିଣୀପୁଟ ଅପରକୋଲାବ ଟ୍ରାଜେଡିରେ ତିନି ତିନି ଜଣଙ୍କ ଜୀବନ ବଞ୍ଚିଗଲା ସତ, ହେଲେ ଚାଲିଗଲା ନୟନ ପିତୁଳା ମାଆର ମାଡ଼ରୁ ବର୍ତ୍ତିବା ପାଇଁ ପରିତ୍ୟକ୍ତ କୋଠାକୁ ଲୁଚିବାକୁ ଯାଇଥିଲେ ବି ବର୍ତ୍ତିପାରିଲାନି ମୃତ୍ୟୁର ଦୂତ ହାତରୁ। ମାଆ ଏବେ ମେଡ଼ିକାଲରେ । ଖୋଜୁଛନ୍ତି ଗେହ୍ଲା ପୁଅକୁ ।

Advertisment

publive-imageକାଲିର କାଳ ରାତିରେ ଯାହା ଘଟିଗଲା, ଆଖି ସାମ୍ନାରେ ଭାସିଉଠୁଛି ଗୋଟି ଗୋଟି କରି। ହେଲେ ମନରେ ଆଶଙ୍କା ପୁଅର କିଛି ହୋଇନି ତ ? ଏମିତି ଭାବି ଭାବି ନିଶ୍ଚଳ ହୋଇଯାଇଛି ମାଆର ସାରା ଶରୀର । ହେଲେ ପୁଅ ଯେ ଆଉ ଫେରିବନି, ସେକଥା ଜାଣିନାହାଁନ୍ତି ଜୟପୁର ସଦର ଥାନା ବାରିଣୀପୁଟ ଅପରକୋଲାବ କଲୋନୀର ରଶ୍ମିତା ଖରା। କାଳ କୋଠାରେ ଛପି ରହିଥିବା ମୃତ୍ୟୁର ଦୂତ ନେଇଯାଇଛି ତାଙ୍କର ଅତି ଗେହ୍ଲା ପୁଅ ରାସେଲକୁ । ମରଣର ଶୀତଳ ସ୍ପର୍ଶରେ ଲିଭିଯାଇଛି ପୁଅର ଜୀବନ ଦୀପ ।

publive-imageସମୟ ସଂଧ୍ୟା ପ୍ରାୟ ୭ଟା । ଅପରକୋଲାବ ସ୍ଥିତ ଏକ ପରିତ୍ୟକ୍ତ କୋଠା ସାମ୍ନାରେ ଖେଳୁଥିଲା ରାସେଲ୍ । କିନ୍ତୁ ପାଠ ନପଢ଼ି ଖେଳକୁଦରେ ସମୟ କାଟୁଥିବା କହି ତାକୁ ଘରକୁ ଯିବାକୁ କହିଥିଲେ ରାସେଲ୍‌ର ମାଆ । ଆଉ ମାଡ଼ ପଡ଼ିବା ଆଶଙ୍କା କରି ପରିତ୍ୟକ୍ତ କୋଠା ଭିତରକୁ ଦୌଡ଼ି ପଳାଇଥିଲା ରାସେଲ୍।

Advertisment

ଏହାଦେଖି ରାସେଲ୍ ପଛେ ପଛେ ମାଆ, ଆଈ ଏବଂ ମାମୁ ଦୌଡ଼ିଯାଇଥିଲେ କୋଠା ଭିତରକୁ। ଠିକ୍ ଏହି ସମୟରେ ଭୁଶୁଡ଼ିପଡ଼ିଲା ପରିତ୍ୟକ୍ତ କୋଠା, ଆଉ ତା ଭିତରେ ଫସିଯାଇଥିଲେ ସମସ୍ତେ । ଖବର ପାଇଁ ଅଗ୍ନିଶମ, ଓଡ୍ରାଫ୍ ଏବଂ ପୁଲିସ ପହଞ୍ଚି ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍। ଶେଷରେ ୬ ଘଣ୍ଟାର ଅପରେସନ୍ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲେ ବି ୮ ବର୍ଷିୟ ରାସେଲ୍‌ର ମୃତ୍ୟୁ ହୋଇଯାଇଥିଲା ମେଡ଼ିକାଲରେ।

publive-imageକୋରାପୁଟ ଜିଲ୍ଲା ବାରିଣୀପୁଟ ଅପରକୋଲାବର ଏହି ସରକାରୀ କୋଠା ଗତ ୨୦୧୪ରୁ ଅବ୍ୟବହୃତ ହୋଇପଡ଼ିଥିଲା । ପ୍ରକଳ୍ପର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ କହିବା କଥା, ସଂପୃକ୍ତ କୋଠାକୁ ନିଷିଦ୍ଧ ଘୋଷଣା କରାଯିବା ସହ ଫଳକ ମାଧ୍ୟମରେ ସତର୍କ ସୂଚନା ବି ଦିଆଯାଇଥିଲା। ତେବେ ୨୦୧୪ରୁ ଯଦି ଏହାକୁ ଦୁର୍ବଳ କୋଠା ଭାବେ ଚିହ୍ନଟ କରାଯାଇଥିଲା, ତେବେ କାହିଁକି ଭଙ୍ଗାଯାଇନଥିଲା ? ବିପଦଜନକ କୋଠା ଏତେଦିନ ଧରି ଜନବସତି ଅଞ୍ଚଳରେ ରହିଥିଲା କାହିଁକି ? ଏବେ ଏମିତି କିଛି ପ୍ରଶ୍ନ ଉଠୁଥିବାବେଳେ ଉତ୍ତ୍ୟକ୍ତ ଲୋକେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହକୁ ଧରି କ୍ଷତିପୂରଣ ଦାବି କରିଥିଲେ।

Advertisment

ସେପଟେ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସରକାରୀ ନିୟମାନୁଯାୟୀ ସହାୟତା ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ