MAHAPRASAD-ONLINE Photograph: (OTV)
ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ ଦେଇ ବନ୍ଧାହେଲେ ବିଲ୍ଡର। ଗିରଫ ବିଲଡର୍ ହେଲେ ଜଗତସିଂହପୁର ଅଞ୍ଚଳର ଡିସପୋଜ୍ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କରିଛି ସାଇବର ପୋଲିସ । ପୋଲିସର ସୂଚନା ଅନୁସାରେ, ଶ୍ରୀମହାପ୍ରସାଦ ନାମକ ଏକ ୱେବସାଇଟରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ଲାଗି ବିଜ୍ଞାପନ ଦେଇଥିଲେ ଡିସପୋଜ୍।
ଶ୍ରୀମନ୍ଦିର ରୋଷଘରୁ ସିଧାସଳଖ ମହାପ୍ରସାଦ ଆଣି ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।
• ମହଙ୍ଗା ପଡ଼ିଲା ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ
• ବିଜ୍ଞାପନ ଦେଇ ଗିରଫ ହେଲେ ବିଲ୍ଡର
• ଗିରଫ ଅଭିଯୁକ୍ତ ଜଗତସିଂହପୁରର ଡିସପୋଜ୍ ପଟ୍ଟନାୟକ
• ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କଲା ସାଇବର ପୋଲିସ
• ଅନଲାଇନରେ ମହାପ୍ରସାଦ ବିକ୍ରି ଲାଗି ବିଜ୍ଞାପନ ଦେଇଥିଲେ ଡିସପୋଜ୍
• ରୋଷଘରୁ ମହାପ୍ରସାଦ ଆଣି ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/10/mahaprasad-online-2025-11-10-10-10-30.jpg)