Advertisment

ବୁଢ଼ୀ ଠାକୁରାଣୀଙ୍କୁ କାକରା ଭୋଗ ଲାଗି

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୫ମ ଦିନରେ ପହଞ୍ଚିଛି। ମଙ୍ଗଳବାର ରୀତିନୀତି ଅନୁସାରେ ଧର୍ମ ଝଣ୍ଡା ସ୍ଥାପିତ ହୋଇଯାଇଛି। ଏହାପରେ ମହିଳାମାନେ ସେଠାରେ ହଳଦୀ ପାଣି ସହ କାକରା ଓ ପୋଳି ଭୋଗ କରିଛନ୍ତି। ବିଶ୍ୱାସ ରହିଛି ଚୈତ୍ର୍ୟ ମାସରେ ବସନ୍ତ ହାଡ଼ଫୁଟି ଭଳି ରୋଗ ବ୍ୟାପିଥାଏ। ମା’ ବାପଘରକୁ ଆସିଥିବାରୁ, ଅସ୍ଥାୟୀ ପୀଠ ଆଗରେ ଧର୍ମଝଣ୍ଡା ସ୍ଥାପନ କରି ଏଭଳି ପୂଜା କଲେ ରୋଗରୁ ଲୋକେ ରକ୍ଷା ପାଇଥାନ୍ତି ବୋଲି ବିଶ୍ୱାସ […]

ବୁଢ଼ୀ ଠାକୁରାଣୀଙ୍କୁ କାକରା ଭୋଗ ଲାଗି

jjjjjj

Advertisment

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୫ମ ଦିନରେ ପହଞ୍ଚିଛି। ମଙ୍ଗଳବାର ରୀତିନୀତି ଅନୁସାରେ ଧର୍ମ ଝଣ୍ଡା ସ୍ଥାପିତ ହୋଇଯାଇଛି। ଏହାପରେ ମହିଳାମାନେ ସେଠାରେ ହଳଦୀ ପାଣି ସହ କାକରା ଓ ପୋଳି ଭୋଗ କରିଛନ୍ତି। ବିଶ୍ୱାସ ରହିଛି ଚୈତ୍ର୍ୟ ମାସରେ ବସନ୍ତ ହାଡ଼ଫୁଟି ଭଳି ରୋଗ ବ୍ୟାପିଥାଏ। ମା’ ବାପଘରକୁ ଆସିଥିବାରୁ, ଅସ୍ଥାୟୀ ପୀଠ ଆଗରେ ଧର୍ମଝଣ୍ଡା ସ୍ଥାପନ କରି ଏଭଳି ପୂଜା କଲେ ରୋଗରୁ ଲୋକେ ରକ୍ଷା ପାଇଥାନ୍ତି ବୋଲି ବିଶ୍ୱାସ ରହିଛି।

Advertisment

ପ୍ରବଳ ଖରା ସତ୍ତ୍ୱେ ପ୍ରତିଦିନ ଶହଶହ ଲୋକ ମାଆଙ୍କୁ ଦର୍ଶନ କରୁଛନ୍ତି। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍‌ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ପୀଠ ଭିତର ଓ ବାହାରେ ପ୍ରାୟ ୬ଟି ସିସିଟିଭି ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ