Advertisment

ବଜେଟ୍‌ରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ ? କଳ୍ପନାଜଳ୍ପନା ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ, ରାଜ୍ୟ ସରକାର କେନ୍ଦ୍ରରୁ କେତେ ଅର୍ଥ ପାଇବେ ଏବଂ ବିଶେଷତଃ ରେଳ ବଜେଟରେ କିଭଳି ରୂପରେଖ ରହିବ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।  ରେଲେଓ୍ୱ ପାଇଁ ରାଜ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁଦାନ ଦାବି କରିନଥିଲେ ମଧ୍ୟ, ପୂର୍ବାପେକ୍ଷା ଏହା ଉତ୍ସାହପ୍ରଦ ରହିବ ବୋଲି ପରିବହନ ମନ୍ତ୍ରୀ ଆଶା […]

ବଜେଟ୍‌ରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ ?  କଳ୍ପନାଜଳ୍ପନା ଆରମ୍ଭ

odisha

Advertisment

ଭୁବନେଶ୍ୱର : ଆସନ୍ତାକାଲି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ, ରାଜ୍ୟ ସରକାର କେନ୍ଦ୍ରରୁ କେତେ ଅର୍ଥ ପାଇବେ ଏବଂ ବିଶେଷତଃ ରେଳ ବଜେଟରେ କିଭଳି ରୂପରେଖ ରହିବ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।  ରେଲେଓ୍ୱ ପାଇଁ ରାଜ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁଦାନ ଦାବି କରିନଥିଲେ ମଧ୍ୟ, ପୂର୍ବାପେକ୍ଷା ଏହା ଉତ୍ସାହପ୍ରଦ ରହିବ ବୋଲି ପରିବହନ ମନ୍ତ୍ରୀ ଆଶା ରଖିଛନ୍ତି।

Advertisment

କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେତେ ରହିବ ରାଜ୍ୟର ଅଂଶଧନ? ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା ବେଳେ, ସେଥିରୁ ଓଡ଼ିଶା ଭାଗରେ କେତେ? କେନ୍ଦ୍ରୀୟ ଟିକସରୁ କେତେ ରହିବ ରାଜ୍ୟର ଭାଗ? ଆସନ୍ତାକାଲି ସଂସଦରେ ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ, ରାଜ୍ୟର ନଜର ମୁଖ୍ୟତଃ ଏହି ୩ଟି ପ୍ରସଙ୍ଗରେ ରହିବ ବୋଲି ରାଜ୍ୟ ଅର୍ଥ ସଚିବ ସୂଚନା ଦେଇଛନ୍ତି ।  କେନ୍ଦ୍ର ସରକାର ଆରମ୍ଭ କରିବାକୁ ଥିବା ହର୍ ଘର୍ ଜଲ୍ ଯୋଜନା ଭଳି, ଗତ ୩ ବର୍ଷ ହେଲା ବସୁଧା ଯୋଜନା ଚଳାଇଛି ଓଡ଼ିଶା।

ତେଣୁ ଉଭୟ ଯୋଜନା ମିଶ୍ରଣ ହେବ ନା ରାଜ୍ୟକୁ କେନ୍ଦ୍ର ଅର୍ଥ ଭରଣା କରିବ, ତା ଉପରେ ମଧ୍ୟ ଅର୍ଥ ବିଭାଗର ନଜର ରହିଛି। ଏସବୁ ବ୍ୟତୀତ, ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ କେତେ ଅର୍ଥ ମିଳୁଛି, ସେନେଇ ମଧ୍ୟ ଉତ୍କଣ୍ଠା ଲାଗି ରହିଛି।  ଗତଥର ରାଜ୍ୟକୁ ଏକ୍ଷେତ୍ରରେ ପ୍ରାୟ ୬ ହଜାର କୋଟି ଟଙ୍କା ମିଳିଥିଲା। ଏଥର ରେଳ ପାଇଁ ଆହୁରି ଅଧିକ ଅର୍ଥ ମିଳିବ ବୋଲି ପରିବହନ ମନ୍ତ୍ରୀ ଆଶା ରଖିଛନ୍ତି।  ସେପଟେ ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପର ଏମ୍‌ଡି ଅନୁମାନ କରିଛନ୍ତି, ଏଥର ନୂଆ ଟ୍ରେନ୍ କିମ୍ବା ନୂଆ ଲାଇନ୍ ଅପେକ୍ଷା ପ୍ରସ୍ତାବିତ ଲାଇନ୍ ଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଅଧିକ ଗୁରୁତ୍ୱ ମିଳିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ