bu
ବାଲେଶ୍ୱର: ଧଳା ଜହର ଜାଲରେ ବାଲେଶ୍ୱର । ଚଢାଉ ବେଳେ ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ ଗତ ରାତିରେ ସହର ଉପକଣ୍ଠ ଦହିପଡ଼ା ଓ ଫୁଲାଡି ଆଦି ଅଞ୍ଚଳରେ ଚଢଉ କରି ବ୍ରାଉନ୍ ସୁଗାର ଜବତ କରିଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଏସ୍ କେ ରାଜୁ, ଏସ୍.କେ ହୁସେନ୍, ଏସ୍ କେ ଜାମସେଦ୍ ଅଲ୍ଲୀ ଓ ଏସ୍ କେ ମୋସ୍ସେଦ୍ । ସମସ୍ତଙ୍କ ଘର ବାଲେଶ୍ୱରରେ। ସେମାନଙ୍କଠାରୁ ପୋଲିସ ନଗଦ ୬୪ହଜାର ଟଙ୍କା ସହ ଏକ ଦାମୀ କାର ଓ ୫ଟି ମୋବାଇଲ୍ ଫୋନ୍ ପୋଲିସ ଜବତ କରିଛି । ଜବତ ବ୍ରାଉନସୁଗାରର ପରିମାଣ ଏକ କେଜି ୬୫୫ଗ୍ରାମ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୫ଲକ୍ଷ ଟଙ୍କା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bu_1626693198.jpg)