Advertisment

ସାପ କାମୁଡ଼ାରେ ଭାଇଭଉଣୀ ମୃତ

ସାପ କାମୁଡ଼ାରେ ଭାଇଭଉଣୀ ମୃତ ମୃତ ୨ ଶିଶୁଙ୍କ ବୟସ ୧୧ ବର୍ଷ ଓ ୩ ବର୍ଷ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ି ଦେଇଥିଲା ସାପ ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ଦୁଃଖଦ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସାପ କାମୁଡ଼ାରେ ଭାଇଭଉଣୀ ମୃତ

snake

  • ସାପ କାମୁଡ଼ାରେ ଭାଇଭଉଣୀ ମୃତ
  • ମୃତ ୨ ଶିଶୁଙ୍କ ବୟସ ୧୧ ବର୍ଷ ଓ ୩ ବର୍ଷ
  • ରାତିରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ି ଦେଇଥିଲା ସାପ
Advertisment

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତ ୨ ଶିଶୁ ହେଲେ ଗାଁର ଅରୁଣ ଦାଶଙ୍କ ୧୧ ବର୍ଷ ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକା

ଗତ ରାତିରେ ଭାଇ ଭଉଣୀ ଦୁହେଁ ମା’ଙ୍କ ପାଖରେ ଶୋଇଥିଲେ। ପ୍ରଥମେ ଅଭିଷେକର ହାତକୁ ସାପ କାମୁଡି ଥିଲା ଅଭିଷେକ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ଦେଖିଲେ ଯେ, ସାପଟି ସେଇଠାରେ ଖେଳୁଛି ଓ ଅଭିଷେକର ହାତରୁ ରକ୍ତ ବାହାରୁଛି। ଚିକିତ୍ସା ପାଇଁ ପ୍ରଥମେ ଅଭିଷେକକୁ ଯାଜପୁର ହସ୍ପିଟାଲ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ତିନି ବର୍ଷର ଝିଅ ଭୂମିକା ମଧ୍ୟ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ମଧ୍ୟ ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisment
Advertisment
Advertisment