ପତ୍ନୀ Photograph: (OTV)
ବୃଦ୍ଧା ଅବସ୍ଥାରେ ସ୍ୱାମୀ କରିଦେଲେ ପର। ବିଶ୍ୱାସରେ ଦେଲେ ବିଷ। ଚିକିତ୍ସାଧିନ ଅବସ୍ଥାରେ ଛାଡି ଚାଲିଗଲେ ଆଉ ଘରେ ଯାଇ କହିଲେ ପତ୍ନୀ ମରିଯାଇଛି। ଖାଲି ସେତିକି ନୁହେଁ ଗାଁରେ ଜ୍ଞାନ୍ତି କୁଟୁମ୍ବଙ୍କୁ ଡାକି ସୁଧି ବି ହେଲେ। ସେପଟେ କିନ୍ତୁ କଟକ ବଡ଼ ମେଡିକାଲ ଅସ୍ତି ଶଲ୍ୟ ବିଭାଗର ନିରାଶ୍ରୟ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ପତ୍ନୀ ମିନତୀ ଆଉ ସ୍ୱାମୀଙ୍କର ଫେରିବା ବାଟକୁ ଚାହିଁ ବସିଛନ୍ତି।
ଏଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲା ଚଅଁରପୁର ଗାଁରେ ଦେଖିବାକୁ ମିଳିଛି। ୬ ମାସ ତଳେ ୬୫ ବର୍ଷର ବୃଦ୍ଧା ମିନତୀଙ୍କର ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କ ସ୍ୱାମୀ ସତ୍ୟବ୍ରତ ଦାସ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ। ଚିକିତ୍ସା ପାଇଁ ସିନା ନେଇଥିଲେ, ହେଲେ ଉଦେଶ୍ୟ ଥିଲା ମନ୍ଦ। ଏହି ସମୟରେ ଭୁଲ ଠିକଣାରେ କରିଥିଲେ ନାଁ ପଞ୍ଜିକରଣ। ପରେ ସ୍ତ୍ରୀଙ୍କୁ ମେଡିକାଲରେ ଏକାକି ଛାଡି ଗାଁକୁ ଚାଲିଆସିଲେ। ଗାଁରେ ମିନତୀଙ୍କ ମୃତ୍ୟୁ ଖବର ଦେଇ ଶୁଦ୍ଧି ହେଲେ। ଏବେ ମିନତୀ ନିରାଶ୍ରୟ ରୋଗୀ ଭାବରେ ଚିକିତ୍ସିତ ହେଉଛନ୍ତି। ଭୁଲ ଠିକଣା ଯୋଗୁ ଘରକୁ ଫେରିପାରୁ ନାହାଁନ୍ତି।
ଖାଲି ସେତିକି ନୁହେଁ, ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିବା ଦର୍ଶାଇ ସେବାବଦକୁ ମିଳୁଥିବା ପରିବାର ପ୍ରୋତ୍ସାହନ ରାଶିକୁ ମଧ୍ୟ ହାତେଇବାକୁ ବ୍ଲକ ପ୍ରଶାସନ ନିକଟରେ ସ୍ୱାମୀ ସତ୍ୟାନନ୍ଦ ଆବେଦନ କରିଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଅନୁସାରେ ସତ୍ୟାନନ୍ଦ ଭୁବନେଶ୍ୱରରେ ଅଟୋ ଚଳାଉଥିବା ବେଳେ ସେଠାରେ ଆଉ ଏକ ସଂସାର କରିଥିବା କୁହାଯାଉଛି। ତାଙ୍କାର ଗୋଟିଏ ପୁଅ ଆଉ ଦ୍ୱିତୀୟ ସ୍ତ୍ରୀ ଅଛନ୍ତି। ଏ ଖବର ଗାଁରେ ପ୍ରସାରିତ ହେବା ପରେ ଉଦ୍ବେଗ ପ୍ରକାଶ ପାଇଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସ୍ୱାମୀ ସତ୍ୟାନନ୍ଦଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।
ଅଧିକ ଦେଖନ୍ତୁ:
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/24/jagatsighpur-a-wife-betrayed-2025-09-24-11-07-13.jpg)