/odishatv-khabar/media/post_attachments/uploadimage/library/16_9/16_9_0/exam-2_1626167273.jpg)
bput exam
ରାଉରକେଲା: କରୋନା ପାଇଁ ଅନ୍ଲାଇନ୍ରେ ହେବ ବିପିୟୁଟି ଫାଇନାଲ୍ ସେମିଷ୍ଟର ପରୀକ୍ଷା। ଏ ନେଇ ରାଉରକେଲା ସ୍ଥିତ ବିପିୟୁଟି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି।
Advertisment
ବିପିୟୁଟିର ସବୁ ଫାଇନାଲ୍ ସେମିଷ୍ଟର ପରୀକ୍ଷା ହୋମ୍ ବେସ୍ଡ୍ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ। ଏ ନେଇ ବିପିୟୁଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ।
ଜୁଲାଇ ୯ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)