Advertisment

ପରୀ ହାଡକୁ ନେଇ ମହାଖୁଲାସା କଲେ ଅରୁଣ ବୋଥ୍ରା: ଜାଣନ୍ତୁ କଣ କହିଲେ...

ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି।

ପରୀ ହାଡକୁ ନେଇ ମହାଖୁଲାସା କଲେ ଅରୁଣ ବୋଥ୍ରା: ଜାଣନ୍ତୁ କଣ କହିଲେ...

bothra555

Advertisment

ନୟାଗଡ: ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।

Advertisment

ଏହାସହ କାହିଁକି ଡଗ ସ୍କ୍ୱାର୍ଡ କିଛି ଜାଣିପାରିଲା ନାହିଁ ପ୍ରଶ୍ନର ଉତ୍ତର ଦେଇ ବୋଥ୍ରା କହିଛନ୍ତି ଯେ, ଡଗ ସ୍କ୍ୱାର୍ଡ ଏସଆଇଟି ବ୍ୟବହାର କରିନାହିଁ । ତେଣୁ ସେ ସମ୍ପର୍କରେ ଆପଣ ପଚରିଲେ ମୁଁ କିଛି କହିପାରିବି ନାହିଁ ବୋଲି ବୋଥ୍ରା କହିଛନ୍ତି।

ସେପଟେ ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।

Advertisment

ନାବାଳିକାକୁ ହତ୍ୟା ବେଳେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସହ ତା ନାକରୁ ରକ୍ତ ବାହାରି ଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି। ତେବେ ସେହି ଗାମୁଛା ମଧ୍ୟ ସରୋଜର ଘରୁ ଏସଆଇଟି ଜବତ କରିଛି। ଏବଂ ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା SIT ସୂତ୍ରରୁ ସୂଚନା ମିଳିଛି।

ସେପଟେ ପରୀ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ବୋଲି ଏସଆଇଟି ମୁଖ୍ୟ କହିବା ପରେ ବି ଥମିବାରେ ନା ନେଉନାହିଁ ଚର୍ଚ୍ଚା।

Advertisment

ତେବେ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍‌ର ତମାମ ଦିଗ।

ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ ଓ ମର୍ଡର ଥିଓରୀକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନେକ। ଏମିତିକି ଖୋଦ୍ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବିରେ ହାଇକୋର୍ଟରେ ମାମଲା ଦାଏର କରିଛି ଭାରତୀୟ ବିକାଶ ପରିଷଦ। ସେହିଭଳି ମାମଲାର ସିବିଆଇ ତଦନ୍ତ ସହ ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ସଂଗଠନ।

ଆହୁରି ମଧ୍ୟ ପଢନ୍ତୁ :

ସରୋଜ ଉପରେ କାହିଁକି ସନ୍ଦେହ କରିଥିଲା ଏସଆଇଟି ?

ଏପଟେ ପରୀ ମାମଲାରେ ତା ପରିବାରକୁ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିବା ବିରୋଧୀଙ୍କୁ ବି ସନ୍ତୁଷ୍ଟ କରିପାରିନି SITର ମର୍ଡର ମିଷ୍ଟ୍ରି ଖୁଲାସା। ବିଜେପି କହିଛି ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ଏସଆଇଟିର ଏହା ମନଗଢ଼ା କାହାଣୀ। ଏମିତିକି ତଦନ୍ତ ଗତି କୁଆଡେ ଯିବ, ସେ ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ସତ ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। DNA ଟେଷ୍ଟର ରିପୋର୍ଟ ମିଳିନଥିବା ବେଳେ ପଲିଗ୍ରାଫ ଟେଷ୍ଟ ବି ନିର୍ବିବାଦୀୟ ନୁହେଁ କହିଛି ଦଳ।

ସେପଟେ ପରୀ ପରିବାର ଉପରକୁ ଆଙ୍ଗୁଠି ଉଠାଉଥିବା ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି ହୋଇନି, ସେ ପ୍ରଶ୍ନ ସହ ତଦନ୍ତର ଆଉ କିଛି ଆଇନଗତ ଦିଗ ସଂପର୍କରେ ଆଙ୍ଗୁଠି ଉଠାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ। ସମାନ ଢଙ୍ଗରେ ଏସଆଇଟିର ତଦନ୍ତକୁ ସନ୍ଦେହଜନକ ଦୃଷ୍ଟିରେ ଦେଖିଛି କଂଗ୍ରେସ। ତେବେ ସତ୍ୟ ଉନ୍ମୋଚନ ହେଉ ଏବଂ ପୀଡ଼ିତା ନ୍ୟାୟ ପାଉ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମାମଲାରେ ବିବାଦ ଘେରକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ।

ଯଦୁପୁର ପୋଖରୀରୁ ପରୀର ଲେଗିଙ୍ଗ୍ସ ମିଳିବା ପରେ ଗତକାଲି ଦ୍ୱିତୀୟ ଦିନ ପାଇଁ ପୋଖରୀରୁ ଆଉ କିଛି ପ୍ରମାଣ ଆଶାରେ ଖୋଜାଖୋଜି କରିଛନ୍ତି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବି ଯଦୁପୁର ଯାଇ ତଦନ୍ତର ତଦାରଖ କରିଛନ୍ତି।

Pari Murder Case Pari Murder Case Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ