ex councilor
ରାଉରକେଲା : ରାଉରକେଲାରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ ବୋମାମାଡ଼ ଘଟଣାରେ ନୂଆମୋଡ଼। କାଉନସିଲରଙ୍କୁ ବୋମାମାଡ଼ କରି ମାରିଦେବାକୁ ଥିଲା ଯୋଜନା। ଏଥିପାଇଁ ସୁପାରି କିଲରଙ୍କୁ ଦିଆଯାଇଥିଲା ୨୦ ଲକ୍ଷ ଟଙ୍କାର ସୁପାରି।
ମୋଟା ଅଙ୍କର ସୁପାରି ଦେଇଥିଲେ ଜଣେ ବ୍ୟବସାୟୀ। ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ୩ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଏଭଳି ସୂଚନା ମିଳିଛି।କାଲି ଉଦିତନଗର ଥାନା ବାସନ୍ତୀ କଲୋନୀରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ୍ ବୁଲୁଙ୍କ ଉପରେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ। ଏହାସହ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବୋମାମାଡ଼ ପରେ ରାଉରକେଲା ଉଦିତନଗରରେ ପଡ଼ି ରହିଥିବା ଏକ ଅଫୁଟା ବୋମାକୁ ଆଜି କରାଯାଇଛି ନିଷ୍କ୍ରିୟ। ସକାଳୁ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବେଶ ସତର୍କତାର ସହ ବୋମାକୁ ନିଷ୍କ୍ରିୟ କରିଛନ୍ତି। ବୋମା ପଡ଼ିଥିବା ଅଞ୍ଚଳକୁ କର୍ଡନ୍ କରି ରଖାଯାଇଥିଲା। ୭ ବର୍ଷ ଆଗରୁ ବି ବ୍ୟାବସାୟିକ ଶତ୍ରୁତାରୁ ଅଶେଷ ମହାନ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା। କଟକର ଡି ବ୍ରଦସ୍ ଲିଙ୍କରେ କିଛି ବର୍ଷ ତଳେ କ୍ରାଇମବ୍ରାଞ୍ଚ ଅଶେଷ ମହାନ୍ତିଙ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ex-councilor_1626691737.jpg)