Advertisment

ବଲିଉଡ୍ କୋରିଓଗ୍ରାଫର ଏବେ ଚା' ଦୋକାନୀ

ଭୁବନେଶ୍ୱର; ବଲିଉଡ୍ ଡ୍ୟାନ୍ସରରୁ ଏବେ ଚାହା ଦୋକାନୀ। ଯାହାଙ୍କ ଇସାରାରେ ନାଚୁଥିଲେ ଓଲିଉଡ୍‌ରୁ ବଲିଉଡ୍ କଳାକାର, ସେ ଏବେ ରାସ୍ତାକଡ଼ରେ ଚାହା ବିକୁଛନ୍ତି। ଗଞ୍ଜାମ ବେଗୁନିଆପଡ଼ାର ଗୁରୁ ସାଓଲିଙ୍ଗ ମୁମ୍ବାଇରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇଥିଲେ। ହେଲେ ଲକ୍‌ଡାଉନ୍ ବଦଳାଇ ଦେଇଛି ତାଙ୍କ ପେସା। ବଲିଉଡ୍ ଡ୍ୟାନ୍ସରରୁ ସେ ଏବେ ପାଲଟିଯାଇଛନ୍ତି ଚାହା ଦୋକାନୀ। ଏବେ ଘର, ପରିବାର ପ୍ରତିପୋଷଣ କରିବାକୁ ରାସ୍ତାକଡ଼ରେ ଚାହା ବିକୁଛନ୍ତି ସାଓଲିଙ୍ଗ। ଦିନେ ଷ୍ଟେଜ୍‌ରେ ମାଇକେଲ୍ ଜ୍ୟାକ୍‌ସନ୍‌ଙ୍କ ମୁନ୍ ୱାକ୍ କରି […]

ବଲିଉଡ୍ କୋରିଓଗ୍ରାଫର ଏବେ ଚା' ଦୋକାନୀ

bolyywod

Advertisment

ଭୁବନେଶ୍ୱର; ବଲିଉଡ୍ ଡ୍ୟାନ୍ସରରୁ ଏବେ ଚାହା ଦୋକାନୀ। ଯାହାଙ୍କ ଇସାରାରେ ନାଚୁଥିଲେ ଓଲିଉଡ୍‌ରୁ ବଲିଉଡ୍ କଳାକାର, ସେ ଏବେ ରାସ୍ତାକଡ଼ରେ ଚାହା ବିକୁଛନ୍ତି। ଗଞ୍ଜାମ ବେଗୁନିଆପଡ଼ାର ଗୁରୁ ସାଓଲିଙ୍ଗ ମୁମ୍ବାଇରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇଥିଲେ। ହେଲେ ଲକ୍‌ଡାଉନ୍ ବଦଳାଇ ଦେଇଛି ତାଙ୍କ ପେସା।

Advertisment

publive-image

ବଲିଉଡ୍ ଡ୍ୟାନ୍ସରରୁ ସେ ଏବେ ପାଲଟିଯାଇଛନ୍ତି ଚାହା ଦୋକାନୀ। ଏବେ ଘର, ପରିବାର ପ୍ରତିପୋଷଣ କରିବାକୁ ରାସ୍ତାକଡ଼ରେ ଚାହା ବିକୁଛନ୍ତି ସାଓଲିଙ୍ଗ।

ଦିନେ ଷ୍ଟେଜ୍‌ରେ ମାଇକେଲ୍ ଜ୍ୟାକ୍‌ସନ୍‌ଙ୍କ ମୁନ୍ ୱାକ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିବା ଏହି ବ୍ୟକ୍ତି ଏବେ ରାସ୍ତାକଡ଼ରେ ଚା ବିକୁଛନ୍ତି। ବଲିଉଡ୍ କୋରିଓଗ୍ରାଫର୍ ଗୁରୁ ସାଓଲିଙ୍ଗ ପଢ଼ିଆଳିଙ୍କ ଜୀବନ ଏବେ ଏମିତି ବଦଳି ଯାଇଛି। ମୁମ୍ବାଇରେ ଏକାଧିକ ଫିଲ୍ମରେ ଡ୍ୟାନ୍ସ ଶିଖାଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଲକ୍‌ଡାଉନ୍ ବେଳେ ସେ ନିଜ ଘର ଗଞ୍ଜାମ ବେଗୁନିଆ ପି.ନୂଆ ଗାଁକୁ ଆସିଥିଲେ। ହେଲେ ଲକ୍‌ଡାଉନ୍ ପରେ ଆଉ ମୁମ୍ବାଇ ଫେରି ପାରୁନାହାନ୍ତି ସେ। କାରଣ ନା ଆଗ ଭଳି କାମ ଏବେ ଆଉ ଅଛି, ନା କୌଣସି ସୁଟିଂ ଏବେ ଚାଲିଛି। ଯାହା କିଛି ଅର୍ଥ ସଞ୍ଚିଥିଲେ ତାହା କିଛି ଦିନ ଯାଏ ଚାଲିଲା ଆଉ ଏବେ ଭାଗ୍ୟକୁ ଆଦରି ଚାହା ଦୋକାନ କରିଛନ୍ତି ଡ୍ୟାନ୍ସ ଗୁରୁ।

Advertisment

publive-image

ବଲିଉଡ୍ ଫିଲ୍ମ କମାଣ୍ଡୋ ଟୁ, ୟେ କୈସା ରିସ୍ତା ଭଳି ଫିଲ୍ମରେ କୋରିଓଗ୍ରାଫି କରିଛନ୍ତି ଗୁରୁ ସାଓଲିଙ୍ଗ। ଓଲିଉଡ୍ର ଚମ୍ପିଆନ୍, ବିନ୍ଦାସ ଭଳି ଏକାଧିକ ଫିଲ୍ମରେ ସେ ନିଜ ଜଲୱା ଦେଖାଇଛନ୍ତି। ଅପେରା ଜଗତରେ ବି ତାଙ୍କର ବେଶ ଦବଦବା ଥିଲା। ଓଡ଼ିଶାର ଅନେକ କଳାକାରଙ୍କୁ ମଡର୍ଣ୍ଣ ଡ୍ୟାନ୍ସ ଶିଖାଇଥିବା ବ୍ୟକ୍ତି ପାଖରେ ଏବେ କାମ ନାହିଁ । ରାସ୍ତାକଡ଼ରେ ଝାଟି ମାଟିରେ ଚାହା ଦୋକାନ କରି ଯାହା ରୋଜଗାର କରୁଛନ୍ତି ସେଥିରେ ଚଳୁଛି ଗୁରୁଙ୍କ ୫ ଜଣିଆ ପରିବାର।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ