Advertisment

ପ୍ରେମ ପାଇଁ ବନ୍ଧୁକ ଧରିଲେ, କହିଲେ-‘ନୋ ଗିଲ୍‌ଟି, ନୋ ଶେମ୍‌’

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକ ଧରି ଆତଙ୍କରାଜ ଖେଳାଇ ଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା ଗଣମାଧ୍ୟମ ସାମ୍ନାରେ ଘଟଣାର ରହସ୍ୟ ଖୋଲିଛନ୍ତି। ପ୍ରେମ ପାଇଁ ସେ ଏଭଳି କରିଥିବା କହିଛନ୍ତି। ପ୍ରେମ କରୁଥିବା ଯୁବତୀଙ୍କ ବାହାଘର ଅନ୍ୟତ୍ର…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପ୍ରେମ ପାଇଁ ବନ୍ଧୁକ ଧରିଲେ, କହିଲେ-‘ନୋ ଗିଲ୍‌ଟି, ନୋ ଶେମ୍‌’

odisha

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକ ଧରି ଆତଙ୍କରାଜ ଖେଳାଇ ଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା ଗଣମାଧ୍ୟମ ସାମ୍ନାରେ ଘଟଣାର ରହସ୍ୟ ଖୋଲିଛନ୍ତି। ପ୍ରେମ ପାଇଁ ସେ ଏଭଳି କରିଥିବା କହିଛନ୍ତି। ପ୍ରେମ କରୁଥିବା ଯୁବତୀଙ୍କ ବାହାଘର ଅନ୍ୟତ୍ର ସ୍ଥିର ହୋଇଥିବାରୁ ଏପରି କାଣ୍ଡ କରିଥିବା ସେ ସ୍ୱୀକାର କରିଛନ୍ତି।

Advertisment

ବିକ୍ରମ କହିଛନ୍ତି, ଝିଅ ଘର ଚାକିରିଆ ବର ଖୋଜୁଥିଲେ, ସେ ବ୍ୟବସାୟ କରୁଥିବାରୁ ମଙ୍ଗି ନଥିଲେ। ଏପରିକି ଝିଅର ବାପା ତାଙ୍କ ପ୍ରେମକୁ ଟାଇମ୍ ପାସ୍ କହି ପ୍ରସ୍ତାବକୁ ମାନି ନଥିଲେ। ଝିଅର ମାମୁ ଘରେ ପଶି ଝିଅକୁ ଡାକି ଟାଇମ୍ ପାସ୍ ନୁହେଁ ପ୍ରମାଣ ଦେବାକୁ ସେ ଚାହୁଁଥିଲେ। ତେବେ ଏଭଳି ଘଟଣା ପାଇଁ ସେ ଅନୁତପ୍ତ ନୁହେଁ କି ଲଜ୍ଜିତ ନୁହେଁ ବୋଲି ବିକ୍ରମ କହିଛନ୍ତି। ସେ ବ୍ୟବହାର କରିଥିବା ବନ୍ଧୁକଟିକୁ ୨ ବର୍ଷ ପୂର୍ବେ ରଖିଥିଲେ ଏବଂ ଏହାର ଲାଇସେନ୍ସ ନଥିଲା ବିକ୍ରମ କହିଛନ୍ତି।

ସେପଟେ, ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକଧାରୀର ଆତଙ୍କ ପ୍ରସଙ୍ଗକୁ ନେଇ SDPO ତୋଫାନ ବାଗ ପ୍ରେସ୍‌ମିଟ୍‌ରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଢ଼େ ୮ଟାରେ ଘରେ ପଶିଥିଲା ବିକ୍ରମ ଓ ୩ ଜଣଙ୍କୁ ବନ୍ଧକ ରଖିଥିଲା। ପ୍ରେମ କରୁଥିବା ଝିଅକୁ ନଆଣିଲେ ମାରିଦେବି ଓ ମରିଯିବି ବୋଲି ବିକ୍ରମ କହିଥିଲା। ଏହାସହ ସେ ବନ୍ଧୁକ ମୁନରେ ବନ୍ଧକ ରଖିବା ସହ ନିଜ ଛାତିରେ ବନ୍ଧୁକ ଲଗାଇଥିଲା। ବହୁ ବୁଝାସୁଝା ପରେ ବି ସେ କବାଟ ଖୋଲି ନଥିଲା

Advertisment

SDPO ଆହୁରି କହିଛନ୍ତି, ଦିନ ୧୨ଟାରେ ବିକ୍ରମ ଘର ଭିତରେ ଗୋଟିଏ ରାଉଣ୍ଡ ଗୁଳି କରିଥିଲା। ଏସ୍‌ପି ତାଙ୍କ ସହ କବାଟ ଫାଙ୍କରେ କଥା ବେଳେ ସେ ପୁଣି ଗୁଳି ଫୁଟାଇ ଥିଲେ। ଆଉ ଗୋଟିଏ ଗୁଳି ଲୋଡ୍ କଲା ବେଳେ କବାଟ ଠେଲି ଏସ୍‌ପି, ତାଙ୍କ ପିଏସ୍ଓ ପ୍ରମୁଖ ଧସେଇ ପଶି ତାଙ୍କୁ କାବୁ କରିଥିଲେ। କାବୁ କଲା ବେଳେ ସେ ପୁଣି ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ପ୍ରେମ ପାଇଁ ସେ ଏପରି କରିଥିବା ବିକ୍ରମ କହିଛନ୍ତି। ବୌଦ୍ଧରୁ ସେ ବନ୍ଧୁକ ଆଣିଥିଲେ। ବିକ୍ରମ ନାଁରେ ୨ଟି ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷେ, ପୋଲିସ ଆଜି ବିକ୍ରମଙ୍କ ଡାକ୍ତରୀ ପରୀକ୍ଷା କରିଛି। ପୋଲିସ ବିକ୍ରମଙ୍କୁ ନେଇ ଭୀମ ଭୋଇ ମେଡିକାଲ କଲେଜରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସୂଚନାଥାଉ କି, ଗତକାଲି ସକାଳେ ବିକ୍ରମ ଶାନ୍ତିପଡ଼ାର ଦିବ୍ୟଲୋଚନ ହୋତାଙ୍କ ଘରେ ପଶି ଦିବ୍ୟଲୋଚନ, ପୁଅ ଓ ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ବନ୍ଧକ ରଖିଥିଲେ। ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ପୋଲିସ ବିକ୍ରମଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା

Advertisment
Advertisment