Advertisment

Korei Politics: ପୂର୍ବତନ ବିଧାୟକଙ୍କୁ ବବିଙ୍କ ଟାର୍ଗେଟ; ୧୫-୧୭ ବର୍ଷ ଭିତରେ ନିର୍ବାଚିତ ନେତା କେବଳ ସ୍ୱାର୍ଥ ସାଧନ କରିଥିଲେ

ପୁଣି ଚର୍ଚ୍ଚାରେ ବବିଙ୍କ ଭାଷଣ। ନିଜ ଦଳରୁ କୋରେଇ ବିଧାନସଭା ଆସନ ପାଇଁ ପୂର୍ବରୁ ନିର୍ବାଚିତ ବିଧାୟକମାନଙ୍କୁ ସିଧାସଳଖ ଟାର୍ଗେଟ କଲେ। କହିଲେ ପ୍ରଥମେ ମନ ଭିତରେ ଥିବା ବିଦ୍ୱେଷ ଓ ଅସୂୟା ଭାବ ଦୂର କରନ୍ତୁ।

author-image
Pramod Behera
Bobby Targets Former MLAs in Korei

ପୂର୍ବତନ ବିଧାୟକଙ୍କୁ ବବିଙ୍କ ଟାର୍ଗେଟ Photograph: (OTV)

ପୁଣି ଚର୍ଚ୍ଚାରେ ବବିଙ୍କ ଭାଷଣ। ନିଜ ଦଳରୁ କୋରେଇ ବିଧାନସଭା ଆସନ ପାଇଁ ପୂର୍ବରୁ ନିର୍ବାଚିତ ବିଧାୟକମାନଙ୍କୁ ସିଧାସଳଖ ଟାର୍ଗେଟ କଲେ। କହିଲେ ପ୍ରଥମେ ମନ ଭିତରେ ଥିବା ବିଦ୍ୱେଷ ଓ ଅସୂୟା ଭାବ ଦୂର କରନ୍ତୁ। ବିଗତ ୧୫- ୧୭ ବର୍ଷ ଭିତରେ ଯେଉଁ ନେତାମାନେ ଏଠାରୁ ନିର୍ବାଚିତ ହୋଇଥିଲେ, ସେମାନେ କେବଳ ନିଜର ସ୍ୱାର୍ଥ ସାଧନ କରିଥିଲେ। ଆଜି ସେମାନେ କେହି ନାହାନ୍ତି, କୋରେଇକୁ ଛାଡ଼ି ଚାଲିଯାଇଛନ୍ତି। ଏହା କୋରେଇରେ ଏତେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଯେ ଯାହା ଦ୍ୱାରା କୋରେଇରେ ଅବିଶ୍ୱାସର ବାତାବରଣ  ବଢ଼ିଯାଇଛି। ସେହି ଅବିଶ୍ୱାସକୁ ଭାଙ୍ଗିବା ପାଇଁ ଆମେ ଏଭଳି ପ୍ରତ୍ୟେକ ୱାର୍ଡରେ ବନ୍ଧୁ ମିଳନ କରିବୁ ବୋଲି କହିଛନ୍ତି ବବି। 

Advertisment

କୋରାଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ସହର ତଥା ପୌରାଞ୍ଚଳର ୧ ନଂ ୱାର୍ଡର ଯୋଡାବରଠାରେ ଆୟୋଜିତ ବିଜେଡିର ବନ୍ଧୁମିଳନ ଉତ୍ସବରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ଓରଫ ବବି। ତେବେ ପୂର୍ବରୁ ୧୫/୧୭ ବର୍ଷ ଭିତରେ ସୁଯୋଗ ପାଇଥିବା ବିଧାୟକମାନଙ୍କ ଭିତରେ ରହିଛନ୍ତି ପ୍ରିତିରଞ୍ଜନ ଘଡାଇ, ଆକାଶ ଦାସ ନାୟକ, ଅଶୋକ ବଳଙ୍କ ଭଳି ନେତା। ଏଠାରେ ପ୍ରଶ୍ନ ଉଠେ, ଏମାନଙ୍କୁ ଟାର୍ଗେଟ୍ କରୁ ନାହାନ୍ତି ତ ବବି? 


ତେବେ ବବିଙ୍କ ଏଭଳି ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡିର ପୂର୍ବତନ କୋରେଇ ବିଧାୟକ ପ୍ରୀତି ରଞ୍ଜନ ଘଡାଇ। ସେ କହିଛନ୍ତି, “କେଉଁ ପରିପ୍ରେକ୍ଷୀରେ ସେ ଏମିତି କହିଛନ୍ତି ମୁଁ ଜାଣି ନାହିଁ। କିନ୍ତୁ କୋରେଇରେ ପ୍ରଫୁଲ୍ଲ ଘଡାଇ,  ଅଶୋକ ଦାସ,  ସଞ୍ଚିତା ମହାନ୍ତି,  ଅଶୋକ ବଳ,  ଆକାଶ ଦାସନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କୋରେଇ ବିଜେଡିରେ ଯେଉଁମାନେ ଥିଲେ ସମସ୍ତେ ଅଛନ୍ତି, କେହି କୁଆଡେ ଯାଇନାହାଁନ୍ତି। ଯାଜପୁର ଜିଲ୍ଲା ନୁହେଁ ପୁରା ରାଜ୍ୟରେ ସବୁ ବିଜେଡ଼ି ନେତା ଅଛନ୍ତି। ସମସ୍ତେ ଏକାଠି ଅଛନ୍ତି। ଯାଜପୁର ଜିଲ୍ଲାରେ ଦଳ ଆହୁରି ସଙ୍ଗଠିତ ହୋଇଛି ବୋଲି ସେ କହିଛନ୍ତି। 

Advertisment


ସେହିପରି ଯାଜପୁର ବିଧାୟିକା ସୁଜାତା ସାହୁ ବବି ଦାସଙ୍କୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି, “ବବି ବଡ ନେତା ନୁହଁନ୍ତି, ନବୀନ ବାବୁ ଆମର ନେତା।” 

BJD Jajpur Pranab Prakash Das
Advertisment
Advertisment