Advertisment

ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ

ନରସିଂହପୁର : ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ । କଟକ ଜିଲ୍ଲା ବଡ଼ମ୍ବା ଭଟ୍ଟାରିକା ଠାରେ ମହାନଦୀରେ ଡ଼ଙ୍ଗାଟି ବୁଡ଼ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,ନିଖୋଜ ଯୁବକ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନୀଲ କୁମାର ସାହୁ । ଜଗତସିଂହପୁର ରଘୁନାଥପୁର ଇଲେକ୍ଟ୍ରିକାଲ ଡିଭିଜନରେ ସେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଥିଲେ। ସୁନୀଲ ତାଙ୍କ ସାଙ୍ଗମାନଙ୍କ ସହ ଭଟ୍ଟାରିକା ବୁଲିବାକୁ ଯାଇଥିଲେ । ଭଟ୍ଟାରିକା ଘାଟରୁ ଅନ୍ୟ ୨ ସାଙ୍ଗଙ୍କ […]

ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ

boat

Advertisment

ନରସିଂହପୁର : ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ । କଟକ ଜିଲ୍ଲା ବଡ଼ମ୍ବା ଭଟ୍ଟାରିକା ଠାରେ ମହାନଦୀରେ ଡ଼ଙ୍ଗାଟି ବୁଡ଼ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ,ନିଖୋଜ ଯୁବକ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନୀଲ କୁମାର ସାହୁ । ଜଗତସିଂହପୁର ରଘୁନାଥପୁର ଇଲେକ୍ଟ୍ରିକାଲ ଡିଭିଜନରେ ସେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଥିଲେ।

publive-imageସୁନୀଲ ତାଙ୍କ ସାଙ୍ଗମାନଙ୍କ ସହ ଭଟ୍ଟାରିକା ବୁଲିବାକୁ ଯାଇଥିଲେ । ଭଟ୍ଟାରିକା ଘାଟରୁ ଅନ୍ୟ ୨ ସାଙ୍ଗଙ୍କ ସହ ନାଉରୀଆ ନଥିବା ଏକ ଡଙ୍ଗାକୁ ନେଇ ମହାନଦୀ ଭିତରକୁ ବୁଲିବାକୁ ଚାଲି ଯାଇଥିଲେ। ନଦୀ ଗର୍ଭରେ ଡଙ୍ଗାଟି ବୁଡ଼ି ଯାଇଥିଲା ।

Advertisment

ସୁନୀଲ ନଦୀରେ ବୁଡ଼ି ଯାଇଥିବାବେଳେ ତାଙ୍କର ଅନ୍ୟ ଦୁଇ ସାଥି ପହଁରି ପହଁରି ନଦୀ କୂଳକୁ ଆସିଥିଲେ ।  ବର୍ତ୍ତମାନ ସୁଦ୍ଧା ସୁନୀଲଙ୍କ କୌଣସି ପତ୍ତା ମିଳିନଥିବା ସୂଚନା ମିଳିଛି । ଅଗ୍ନିଶମବାହିନୀର ଟିମ୍‌ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ