Advertisment

BMC to Levy User Fee: ଅଳିଆ ଉଠାଇବାକୁ ଏଣିକି ବିଏମସି ନେବ ୟୁଜର ଫି, ଜାଣନ୍ତୁ କେଉଁଠୁ କେତେ

ଅଳିଆ ଉଠାଇବାକୁ ଏଣିକି ବିଏମସି ନେବ ୟୁଜର ଫି। ଘର, ହୋଟେଲ, ସପିଂ ମଲ୍, କାଫେରୁ ଆଦାୟ ହେବ। ଫି ଗଣିବେ ହାଟ, ଶିଖାନୁଷ୍ଠାନ, ଢ଼ାବା ଓ ଅନ୍ୟ ସଂସ୍ଥା। ଗୋଦାମ, ରାସ୍ତାକଡ଼ ଭେଣ୍ଡରଙ୍କୁ ବି ପଡ଼ିବ ୟୁଜର ଫି।

BMC

BMC Photograph: (OTV)

Advertisment

ଅଳିଆ ଉଠା ପାଇଁ ଏଣିକି ବିଏମସି ଆଦାୟ କରିବ ୟୁଜର ଫି। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି ଆଦାୟ ହେବ। ଭୁବନେଶ୍ୱରବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ୟୁଜର ଫି ଲାଗୁ କରିବ ବିଏମ୍ସି। 

Advertisment

୨୦୧୮ ବାଇ ଲ' ଅନୁସାରେ ଫି ଆଦାୟ କରାଯିବ। ଆବାସିକ ଘର, ଦୋକାନ, ହୋଟେଲ ଓ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଫି ଧାର୍ଯ୍ୟ କରାଯାଇଛି। ଏଲଆଇଜି ଓ ଇଡବ୍ଲୁଏସ୍ ଘରେ ରହୁଥିଲେ ମାସିକ ୫୦ ଟଙ୍କା ଦେବେ। ସେହିଭଳି ୮୦୦ ବର୍ଗ ଫୁଟରୁ ଅଧିକ ଏମଆଇଜି କିମ୍ବା ଅନ୍ୟ ଘର ରହୁଥିବା ଲୋକେ ୭୫ ଟଙ୍କା ଦେବେ ୟୁଜର ଫି। 

ବ୍ୟବସାୟିକ ଅନୁଷ୍ଠାନ ପାଇଁ ପରିମାଣ ଅଧିକ ରହିଛି। ଏବାବଦରେ ସଫା ଆପ୍ କିମ୍ବା ବିଏମସି ସ୍ୱତନ୍ତ୍ର ହ୍ବାଟସ ଆପ୍ ନମ୍ବର 7653011832ରେ ଅଧିକ ସୂଚନା ପାଇ ପାରିବେ ରାଜଧାନୀବାସିନ୍ଦା।

Advertisment

ଅଳିଆ ପାଇଁ ୟୁଜର ଫି
ଅଳିଆ ଉଠାଇବାକୁ ଏଣିକି ବିଏମସି ନେବ ୟୁଜର ଫି
ଘର, ହୋଟେଲ, ସପିଂ ମଲ୍, କାଫେରୁ ଆଦାୟ ହେବ
ଫି ଗଣିବେ ହାଟ, ଶିଖାନୁଷ୍ଠାନ, ଢ଼ାବା ଓ ଅନ୍ୟ ସଂସ୍ଥା
ଗୋଦାମ, ରାସ୍ତାକଡ଼ ଭେଣ୍ଡରଙ୍କୁ ବି ପଡ଼ିବ ୟୁଜର ଫି
LIG ଘରେ ରହୁଥିବା ଲୋକେ ଦେବେ ମାସିକ ୫୦ ଟଙ୍କା
MIG ଘରେ ରହୁଥିଲେ ଦେବାକୁ ପଡ଼ିବ ମାସିକ ୭୫ ଟଙ୍କା

BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ