Advertisment

ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା…

ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

bhubaneswar-vaccination

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଇ  ବିଏମ୍‌ସି ପକ୍ଷରୁ ଆଜି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଚିହ୍ନଟ ତଥା ପଞ୍ଜିକୃତ ବାସହୀନଙ୍କର ହେବ ଟୀକାକରଣ । ପୂର୍ବରୁ ସହରାଞ୍ଚଳ ବାସହୀନଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏବେ ଲୋକଙ୍କ ନିକଟକୁ ଯାଇ ଦିଆଯିବ ଟିକ।

Advertisment

ନୀଳାଦ୍ରିବିହାର ସ୍ଥିତ ସ୍ଥିତ ସହରାଞ୍ଚଳ ବାସହୀନ ଥଇଥାନ କେନ୍ଦ୍ରରେ ହେବ ଟିକାକରଣ । ବିଏମ୍‌ସିର ୩ଟି ଜୋନ୍‌ରେ ଟିକାକରଣ କାର୍ଯ୍ୟକ୍ରମ ହେବ । ସେହିପରି ବୁଲା ବିକାଳିଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ମଧ୍ୟ କରାଯିବ । ମୋବାଇଲ ଟେଷ୍ଟିଂ ଭ୍ୟାନ୍ ମାଧ୍ୟମରେ କରୋନା ଟେଷ୍ଟ କରାଯିବ।  ବିଏମ୍‌ସି ନର୍ଥ ଜୋନ୍ ଅନ୍ତର୍ଗତ ଗୋପବନ୍ଧୁ ଷ୍ଟାଡିୟମ ନିକଟ ମାଛ ମାର୍କେଟରୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, ଗତକାଲି ଖୋର୍ଦ୍ଧା ଜଲ୍ଲାରୁ ୧,୨୩୫  ଜଣ କରୋନା ରୋଗୀ ବାହାରିଥିବାବେଳେ ଏଥିରୁ ୮୯୮ ଭୁବନେଶ୍ୱରରୁ ବାହାରିଛନ୍ତି ।  ଏମାନଙ୍କ ମଧ୍ୟରୁ ୭୭୨ ଲୋକାଲ କେସ ରହିଛି। ତେଣୁ ଲୋକାଲ ସଂକ୍ରମଣ ବଢୁଥିବାରୁ ବିଏମ୍‌ସିର ଚିନ୍ତା ବଢିଛି। ସେହିପରି ୨ ତାରିଖ ଖୋର୍ଦ୍ଧା ଜିଲ୍ଲାରୁ ୧,୨୩୫  କରୋନା ରୋଗୀ ବାହାରିଥିବାବେଳେ  ଭୁବନେଶ୍ୱରରୁ ବାହାରିଥିଲେ ୯୧୮। ଏଥିରୁ କ୍ୱାରେଣ୍ଟିନ କେସ ୧୬୯ ଥିବାବେଳେ ଲୋକାଲ କେସ ୭୪୯ ରହିଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୮୫୭୪ ଜଣ ସଂକ୍ରମିତ ହୋଇଥିବାବେଳେ ୬୭୫୫୨ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୫ କୁ ଛୁଇଁଥିବାବେଳେ ବର୍ତ୍ତମାନ ଆକ୍ଟି କେସ ରହିଛି ୧୦୬୫୬।

Advertisment

ଏଠି କହିରଖିବୁ, ଗତ ୨୪ ଘଣ୍ଟାରେ  ୭ ହଜାର ୭୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ ୨ ତାରିଖରେ ରାଜ୍ୟରୁ ୮୮୩୯ କରୋନା ରୋଗୀ ବାହାରିଥିବାବେଳେ ଜୁନ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ  ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ