Advertisment

୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

vaccination

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ।

Advertisment

ପୂର୍ବରୁ ଗତ ମେ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା। ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ନେଇଥିବା କେନ୍ଦ୍ରରେ ହିଁ ଦିଆଯିବ ଟିକା। ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ତେବେ ଯେଉଁମାନେ କୋଓ୍ୱିନ୍ ଆପ୍ ଜରିଆରେ ସ୍ଲଟ୍‌ ବୁକିଂ କରି ଟିକା ନେଇଥିଲେ, ସେମାନଙ୍କୁ ପୁଣି ସ୍ଲଟ୍‌ ବୁକିଂ କରିବାକୁ ହେବ। ତେବେ ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର କହିଛନ୍ତି।

ଅନ୍ୟପକ୍ଷେ, ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ ଟିକା ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ ଟିକା। ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି। 

Advertisment

ଅନ୍ୟପକ୍ଷେ, ଟିକାକରଣକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସାଢ଼େ ୪ କୋଟି ଓଡ଼ିଆଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି। ଦେଶରେ ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଦାବି କରିଛି କଂଗ୍ରେସ। କୋଓ୍ୱିନ୍ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ। ତେଣୁ ସେଠାରେ କୋଓ୍ୱିନ୍ ଆପ୍‌କୁ ବାଦ୍‌ ଦେଇ ସମସ୍ତଙ୍କ ଟିକାକରଣ କରିବାକୁ ଦାବି ହୋଇଛି। ରାଜ୍ୟକୁ ଟିକା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ କହି ପାରୁନାହାନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କହୁଛନ୍ତି, ହେଲେ ଆମ ମୁଖ୍ୟମନ୍ତ୍ରୀ କହି ପାରୁନାହାନ୍ତି ବୋଲି କଂଗ୍ରେସ କହିଛି। ସେପଟେ କଂଗ୍ରେସ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେପି। ଟିକାକରଣ ରାଜନୀତିରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏହା କଂଗ୍ରେସର ନିଷ୍ଫଳ ପ୍ରୟାସ। ଏହି ପ୍ରୟାସରେ କଂଗ୍ରେସ କେବେ ବି ସଫଳ ହେବ ନାହିଁ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି।

ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଇ ବିଏମ୍‌ସି ପକ୍ଷରୁ ଆଜି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ରାଜ୍ୟରେ ଆଜି ୮ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮  । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମିଛି। ଗତକାଲି ରାଜ୍ୟରେ ସର୍ବାଧିକ ୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

Advertisment
Advertisment